ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ପରୀକ୍ଷାକୁ ନେଇ ରହୁନି ତାଳମେଳ: ମେ’ ୨୪ ନୁହେଁ, ୨୮ରେ ସରିବ

ଭୁବନେଶ୍ୱର : ମେ’ ୨୪ ନୁହେଁ। ବରଂ ମେ’ ୨୮ରେ ଶେଷ ହେବ ଯୁକ୍ତ୨ ପରୀକ୍ଷା। ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ମେ’ ୨୮ରେ ଶେଷ ହେବ। ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଆଜି ପ୍ରକାଶିତ ଚୂଡ଼ାନ୍ତ କାର୍ଯ୍ୟସୂଚୀରେ ଅଲଗା ‌କଥା ଉଲ୍ଲେଖ ହୋଇଛି। ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ସହ ଅନ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ବାରମ୍ବାର ତାରିଖରେ ଏପାଖ ସେପାଖ ହେଉଛି। ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା କ୍ଷେତ୍ରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା।

ପରିଷଦ ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୨୮ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଏବଂ ମେ’ ୫ରୁ ବିଜ୍ଞାନ ବିଭାଗର ପରୀକ୍ଷା ଆରମ୍ଭ ହେବ। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷାକୁ ନଜରରେ ରଖି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଧନ୍ଦାମୂଳକ ବିଭାଗର ପରୀକ୍ଷା ମଧ୍ୟ ମେ’ ୯ରୁ ଆରମ୍ଭ ହେବ। ସମସ୍ତ ବିଷୟର ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହେବ। ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୪ରୁ ୧୨ ତାରିଖ ମଧ୍ୟରେ କରାଯିବ।

ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ୩୦ରେ ଇଂରାଜୀ ବିଷୟର ପରୀକ୍ଷା ରହିଛି। ମେ’ ୪ରେ କଳା ବିଭାଗର ଇତିହାସ, ୭ରେ ରାଜନୀତି ବିଜ୍ଞାନ, ୧୦ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍‌ମେଣ୍ଟ, ୧୩ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୧୯ରେ ଗୃହ ବିଜ୍ଞାନ, ୨୫ରେ ଲଜିକ୍‌ ଓ ଭୂଗୋଳ, ୨୭ରେ ନୃତତ୍ତ୍ବ ବିଜ୍ଞାନ, ଷ୍ଟାଟିଷ୍ଟିକ୍ସ ଓ ସାମା‌ଜିକ ବିଜ୍ଞାନ ବିଷୟର ପରୀକ୍ଷା ରହିଛି। ବାଣିଜ୍ୟ ବିଭାଗର ବିଜନେସ୍‌ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମ୍‌ଏସ୍‌) ପରୀକ୍ଷା ମେ’ ୪ରେ ହେବାକୁ ଥିବା ବେଳେ ୭ରେ ଆକାଉଣ୍ଟାନ୍ସି, ୧୦ରେ ଫଣ୍ଡାମେଣ୍ଟାଲ୍ସ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ(ଏଫ୍‌ଏମ୍‌ଏ), ବିଜିନେସ୍‌ ଇକୋନୋମିକ୍ସ(ବିଏସ୍‌ଇ), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ), ୧୩ରେ ବିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ(ବିଏସ୍‌ଏମ୍‌) ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୯ରୁ ବିଜ୍ଞାନ ବିଭାଗ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷା ଥିବା ବେଳେ ୧୧ରେ ରସାୟନ ବିଜ୍ଞାନ, ୧୪ରେ ପଦାର୍ଥ ବିଜ୍ଞାନ, ୧୭ରେ ଜୀବ ବିଜ୍ଞାନ, ୧୯ରେ ଗଣିତ, ୨୪ରେ ଏମ୍‌ଆଇଏଲ୍‌(ଓଡ଼ିଆ), ୨୭ରେ ଷ୍ଟାଟିଷ୍ଟିକ୍ସ, ୨୮ରେ ଭୂତତ୍ତ୍ବ ବିଷୟର ପରୀକ୍ଷା ହେବ। ଜୀବ ବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍ସନରେ ଅନୁଷ୍ଠିତ ହେବ। ପ୍ରଥମ ସେକ୍ସନରେ ଉଦ୍ଭିଦ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସେକ୍ସନରେ ପ୍ରାଣୀବିଜ୍ଞାନ ବିଷୟର ପରୀକ୍ଷା ପୂର୍ବାହ୍ନ ୧୦ଟା ୫୦ରୁ ମଧ୍ୟାହ୍ନ ୧୨ଟା ୨୦ ପର୍ଯ୍ୟନ୍ତ ହେବ। ଅନ୍ୟାନ୍ୟ ବିଷୟଗୁଡ଼ିକର ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ସେନେଇ ସିଏଚ୍‌ଏସ୍‌ଇ ପକ୍ଷରୁ କଲେଜଗୁଡ଼ିକୁ କାର୍ଯ୍ୟସୂଚୀ ଦିଆଯାଇଛି।

ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍‌ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ। ପରୀକ୍ଷାର ୧୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଏବଂ ୫ ମିନିଟ୍‌ ପୂର୍ବରୁ ଉତ୍ତର ଖାତା ବଣ୍ଟନ କରାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ୨୦୨୦ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ଧଳା ପେପର୍‌ ପ୍ରଶ୍ନପତ୍ର ଏବଂ ଧନ୍ଦାମୂଳକ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସବୁଜ ରଙ୍ଗର ରହିବ। ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନପତ୍ର ଆସିବ। କୋଭିଡ୍‌ କଟକଣା ମଧ୍ୟରେ ପରୀକ୍ଷା କରିବାକୁ ସିଏଚ୍‌ଏସ୍‌ଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି