ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ସିଲାବସ୍‌ ବାହାରୁ ପ୍ରଶ୍ନ: ତ୍ରୁଟି ମାନିଲା ସିଏଚ୍‌ଏସ୍‌ଇ, ମିଳିପାରେ ଗ୍ରେସ୍‌ ମାର୍କ

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିଲା। ପରୀକ୍ଷାର୍ଥୀ ସମେତ କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ପରିଷଦ ପକ୍ଷରୁ ସମୀକ୍ଷା କରାଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ତ୍ରୁଟି ରହିଥିବା ସ୍ୱୀକାର କରିଛି। ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ଆଜି ଗଣମାଧ୍ୟମରେ କହିଛନ୍ତି ଯେ ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନଗୁଡ଼ିକର ବିଷୟରେ ବିଚାର କରିବାକୁ ଖୁବ୍‌ଶୀଘ୍ର ଏକ୍ସପର୍ଟ କମିଟି ବୈଠକ ବସିବ। ପିଲାଙ୍କୁ ଗ୍ରେସ ମାର୍କ ମିଳିବ କି ନାହିଁ ସେନେଇ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ବିଭ୍ରାଟ ହୋଇଛି। ତେଣୁ କେବଳ ସେମାନଙ୍କୁ ହିଁ ଏକ୍ସପର୍ଟ କମିଟି ସୁପାରିସ ଆଧାରରେ ମାର୍କ ମିଳିବ। ସେହି ପ୍ରଶ୍ନର ଉତ୍ତର ଲେଖିବାକୁ ଚେଷ୍ଟା କରିଥିବା ପରୀକ୍ଷାର୍ଥୀ ହିଁ ଗ୍ରେସ୍ ମାର୍କ ପାଇବେ।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ତ୍ରୁଟି ହେଲା କିପରି? ସିଲାବସ୍ ଅନୁଯାୟୀ କାହିଁକି ପ୍ରଶ୍ନ ତିଆରି ହେଲା ନାହିଁ? ଏଥିପାଇଁ ଦୋଷୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ? କାରଣ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଜନିତ ଗୋଟିଏ ବି ତ୍ରୁଟି ପରୀକ୍ଷାର୍ଥୀଙ୍କୁ ମାନସିକ ଆଘାତ ଦେଇପାରେ। ତେଣୁ ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କ ଦାବି ସିଏଚ୍ଏସ୍ଇ କେବଳ ଭୁଲ୍ ପ୍ରଶ୍ନ ଆଟେଣ୍ଡ୍‌ କରିଥିବା ପିଲା ନୁହେଁ ବରଂ ସମସ୍ତଙ୍କୁ ଗ୍ରେସ୍ ମାର୍କ ଦେବାକୁ ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ପଦାର୍ଥ ବିଜ୍ଞାନ ବିଷୟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୯ ମାର୍କର ପ୍ରଶ୍ନ ସିଲାବସ୍ ବାହାରୁ ଆସିଥିବାରୁ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ଅଭିଯୋଗର ତର୍ଜମା କରିବା ସହ ଏଦିଗରେ ପଦକ୍ଷେପ ନେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।