ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ୨ ନାମଲେଖା: ପ୍ରଥମ ମେଧା ତାଲିକା ପ୍ରକାଶ, ତିନି ବିଭାଗର ଶୀର୍ଷରେ ‌ରେଭେନ୍ସା

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌-ଅଫ୍‌-ମାର୍କ ପ୍ରକାଶ ପାଇଛି। ଗତ ବର୍ଷ ଅପେକ୍ଷା‌ ଏଥର ଦଶମ ଶ୍ରେଣୀରେ ପାସ୍‌ହାର କମ୍‌ ରହିଥିବାରୁ କଟ୍‌ ଅଫ୍‌ ମାର୍କ ମଧ୍ୟ ହ୍ରାସ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଣିଥରେ ଶୀର୍ଷରେ ରହିଛି। ଅଧିକ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ଆଗ୍ରହ ଦେଖାଇଛନ୍ତି। ବିଜେବି ସମେତ ରାଜ୍ୟର ଅନ୍ୟାନ୍ୟ ନାମକରା କଲେଜଗୁଡ଼ିକ ଏଥର ମଧ୍ୟ ବହୁ ପଛରେ ପଡ଼ିଛନ୍ତି। କଳା ବିଭାଗର ଶ୍ରେଷ୍ଠ ୧୦ କଟ୍‌-ଅଫ୍‌-ମାର୍କ ତାଲିକାରେ ଭୁବନେଶ୍ବରର ଗୋଟିଏ ବି କଲେଜ ସ୍ଥାନ ନ ପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ହାତଗଣତି ଘରୋଇ କଲେଜ ବ୍ୟତୀତ ବିଜ୍ଞାନ ବିଭାଗରେ ଭଲ ରେଜଲ୍ଟ କରୁଥିବା ଘରୋଇ ଯୁକ୍ତ୨ କଲେଜଗୁଡ଼ିକର କଟ୍‌-ଅଫ୍‌-ମାର୍କ ସେଭଳି ଆଖିଦୃଶିଆ ହୋଇପାରିନାହିଁ। କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର କଟ୍‌-ଅଫ୍‌-ମାର୍କ ତଥା ମେଧା ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି।

୪,୧୨,୩୬୮ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ
କଳା ବିଭାଗ ଶ୍ରେଷ୍ଠ ୧୦ରେ ନାହିଁ ବିଜେବି

ଏ ବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪ ଲକ୍ଷ ୭୨ ହଜାର ୨୭୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ହଜାର ୩୬୮ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯାଇଛି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଛାତ୍ରଛାତ୍ରୀ ନାମଲେଖ‌ା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ବାଣିଜ୍ୟରେ ୨୫ ହଜାର ୧୬୮ଜଣ, ଉପଶାସ୍ତ୍ରୀରେ ୭୭୭୯ ଓ ଧନ୍ଦାମୂଳକ ବିଭାଗରେ ୫୨୨୦ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଓ ୨ ଲକ୍ଷ ୮ ହଜାର ୭୭୮ ଛାତ୍ରୀ ରହିଛନ୍ତି। ଅନ୍ୟାନ୍ୟ ବର୍ଗର ୪୭ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦରୁ ପାସ୍‌ କରିଥିବା ୪ ଲକ୍ଷ ୪୮ ହଜାର ୨୮୭ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୩ ଲକ୍ଷ ୮୯ହଜାର ୪୯୪ଜଣ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ତେବେ କଟ୍‌ ଅଫ୍‌ ମାର୍କକୁ ନେଇ ଏବେ ବିବାଦ ଦେଖାଦେଇଛି। ବିଜ୍ଞାନ ବିଭାଗରେ ଯାଜପୁରସ୍ଥିତ ପ୍ରୟାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଧାରଣ ବର୍ଗର କଟ୍‌ ଅଫ୍‌ ମାର୍କ ୯୧% ଥିବା ବେଳେ ଏସ୍‌ଟି ବର୍ଗର ୫୯%, ଏସ୍‌ସି ବର୍ଗ ପାଇଁ ୭୨% ରହିଛି। ତେବେ ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ୧୦ଟି କଟ୍‌ ଅଫ୍‌ ମାର୍କ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ‌ ତାଲିକାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନାଁ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ଯେ ୨୫୬ରୁ ଅଧିକ ସିଟ୍‌ ଥିବା ବିଦ୍ୟାଳୟଗୁଡ଼ିକର କଟ୍‌ ଅଫ୍‌ ମାର୍କକୁ ନେଇ ତାଲିକା ପ୍ରସ୍ତୁତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି