ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ନାମଲେଖା ପାଇଁ ପୁଣିଥରେ ସୁଯୋଗ: ୧୬ରୁ ଆବେଦନ, ସେପ୍ଟେମ୍ବର ୪ରେ ପ୍ରଥମ ଚୟନ ତାଲିକା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ପାଇଁ ଅଗଷ୍ଟ ୧୬ରୁ ପୁଣିଥରେ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଗ୍ରହୀ ଯୋଗ୍ୟ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ୨୮ ତାରିଖ ସୁଦ୍ଧା ଆବେଦନ କରିପାରିବେ। ସେପ୍ଟେମ୍ବର ୪ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ ଏବଂ ୫ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ୭ ତାରିଖ ସୁଦ୍ଧା ଚୟନ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପୋର୍ଟିଂ କରିବେ। ୧୨ ତାରିଖରେ ଅନ୍‌ଲାଇନ୍‌ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୧୩ ଓ ୧୪ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଏହାପରେ ଯଦି ସିଟ୍‌ ଖାଲି ପଡ଼େ ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅପେକ୍ଷାରତ ତାଲିକାରେ ଥିବା ପ୍ରାର୍ଥୀଙ୍କ ପଞ୍ଜିକରଣ ୧୫ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ହେବା ସହ ୪ଟା ୩୦ରେ ତାଲିକା ପ୍ରକାଶ କରାଯିବ। ଆବେଦନ ପୂର୍ବରୁ ଛାତ୍ରଛାତ୍ରୀ ନିୟମାବଳୀକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ଫେଜ୍‌-୧ ନାମଲେଖା ସମୟରେ ଆବେଦନ କରି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇପାରି ନ ଥିବା ଛାତ୍ରଛାତ୍ରୀ ଏହି ପ୍ରକ୍ରିୟାରେ ଆବେଦନ କରିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।