ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଯୁଇରୁ ଉଠି ପାଣି ମାଗି ପିଇଲେ ମହିଳା: ଶେଷକୃତ୍ୟର ଟିକିଏ ପୂର୍ବରୁ ଫେରି ଆସିଲେ ସୁହାଗିନୀ

ଜଣେ ବ୍ୟକ୍ତିର ମୃତ୍ୟୁ ହିଁ ଦୁନିଆର ଶେଷ ଯାତ୍ରା ବୋଲି କୁହାଯାଏ । କାରଣ ମୃତ୍ୟୁ ପରେ ଆଉଥରେ ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ କୌଣସି ଶରୀର । ତେବେ ମୃତ୍ୟୁ ପରେ ଯୁଇରେ ଶବକୁ ପୋଡିବା ଆମ ହିନ୍ଦୁ ଧର୍ମର ପରମ୍ପରା ରହିଛି । ତେଣୁ ପରିବାରରେ ବା ଗାଁରେ କେହି ମୃତ୍ୟୁବରଣ କଲେ ତାଙ୍କୁ ଯୁଇରେ ଶେଷ ବିଦାୟ ଦିଆଯାଏ । କିନ୍ତୁ ମୟୁରଭଞ୍ଜ ଜିଲ୍ଲାରେ ଦେକିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ ଘଟଣା । ମୃତ ମହିଳାଙ୍କୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ସେ ହଠାତ ଯୁଇରୁ ଉଠି ବସିଛନ୍ତି । ମୃତକ ଜଣକ ହଠାତ ଉଠିପଡି ପରିବାର ଲୋକଙ୍କୁ ପାଣି ମାଗି ପିଇଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସାରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଏମିତି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛଇ କପ୍ତିପଦାର ଭାଲୁହୁରୁଡ଼ା ଗ୍ରାମରେ । ସୂଚନା ଅନୁସାରେ, ଗ୍ରାମର ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତେବେ ଗତକାଲି ମଧ୍ୟରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଆଜି ସକାଳେ ମୃତଦେହକୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ । କିନ୍ତୁ ଘରକୁ ଆସିବା ପରେ ମୃତଦେହ ଘରକୁ ଆଣିବା ପରେ ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛଇ । ହଠାତ୍ ମୃତ ମହିଳା ଜଣକ ଉଠି ବସିଥିଲେ ଏବଂ ମୃତକ ସୁହାଗିନୀ ପରିବାର ଲୋକଙ୍କ ହାତରୁ ପାଣି ମାଗି ପିଇଥିଲେ । ତେବେ ମୃତ୍ୟୁ ପରେ ପୁଣିଥରେ ଜୀବନ ପାଇଁ ପାଣି ପିଉଥିବା ଖବର ସବୁଆଡେ ବ୍ୟାପି ଯାଇଛି । ଯାହା ବିଶ୍ୱାସ କରିବା ଅସମ୍ଭବ, ହେଲେ ଏହା ସତ ବୋଲି ଦାବି କରିଛନ୍ତି ପରିବାର ଲୋକେ ।

ସେପଟେ ସୁହାଗିନୀଙ୍କ ଶେଷକୃତ୍ୟ ପାଇଁ ଯୁଇ ସଜା ହୋଇସାରିଥିଲା । କିଛି ମୁହୂର୍ତ୍ତ ପରେ ଯୁଇରେ ଜଳିବାକୁ ଯାଉଥିବା ମହିଳା ହଠାତ ମୃତ୍ୟୁମୁଖରୁ ଫେରି ଆସି ଘରଲୋକଙ୍କ ହାତରୁ ପାଣି ପିଇଛନ୍ତି । ତେବେ ଏହାପରେ ମୃତକ ବଞ୍ଚିଥିବା କହି ଗୁଣିଆ ଝଡାଫୁଙ୍କା କରି ଦେଇଛି । ଅନ୍ୟ ପକ୍ଷରେ ମହିଳାଙ୍କୁ ଡାକ୍ତରଖାନାକୁ ଆଣିବା ପରେ ତାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । କିନ୍ତୁ ସୁହାଗିନୀଙ୍କ ପରିବାର ଏହାକୁ ଗ୍ରହଣ କରିବାକୁ ନାରାଜ । ପ୍ରଥମେ ସୁହାଗିନୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ବେଳେ ତାଙ୍କର ପ୍ରକୃତରେ ମୃତ୍ୟୁ ହୋଇ ନଥିଲା ଏବଂ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା କହିଛନ୍ତି ସୁହାଗିନୀଙ୍କ ପରିବାର । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢନ୍ତୁ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ