ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯାହା କରିପାରିନଥିଲେ ଧୋନୀ-କୋହଲି, ତାହା କରି ଦେଖାଇଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭/୦୬: ଆୟର୍ଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୭ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଛି । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲା ୧୨ ଓଭରକୁ କମାଇ ଦିଆଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୦୮ ରନ୍ କରିଥିବା ବେଳେ ଭାରତ ଟାର୍ଗେଟ୍ ପୁରା କରିନେଇଥିଲା । ତେବେ ଏହି ମୁକାବିଲାରେ ଅଧିନାୟକ ପାଳି ଖେଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାସହ ସେ ମୁକାବିଲାରେ ଏକ ବଡ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ପାଣ୍ଡ୍ୟା ପ୍ରଥମେ ଅଧିନାୟକ ଭାବେ ପ୍ରଥମ ମୁକାବିଲାରେ ଟସ୍ ଜିତିଥିଲେ । ଏହାପରେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଏକ ବଡ ରେକର୍ଡ । କାରଣ ସେ ନିଜର ପ୍ରଥମ ଓଭରରେ ପଲ୍ ଷ୍ଟର୍ଲିଙ୍ଗଙ୍କ ଓ୍ୱିକେଟ୍ ନେଇଥିଲେ । ସେ ଟି୨୦ କ୍ରିକେଟରେ ଓ୍ୱିକେଟ୍ ନେଇଥିବା ଭାରତର ପ୍ରଥମ ଅଧିନାୟକ ହୋଇପାରିଛନ୍ତି ।

ଟି୨୦ରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ନବମ ଅଧିନାୟକ ହେଲେ ପାଣ୍ଡ୍ୟା । ଏହାପୂର୍ବରୁ ଯିଏ ବି ଅଧିନାୟକ ଥିଲେ ସେମାନେ ଅଧିନାୟକ ଭାବେ ଓ୍ୱିକେଟ୍ ନେଇପାରିନଥିଲେ । ପାଣ୍ଡ୍ୟା ଏହି ମୁକାବିଲାରେ ୨ ଓଭର ବୋଲିଂ କରି ୨୬ ରନ୍ ଦେବାସହ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ନେତୃତ୍ୱ ସମ୍ଭାଳୁଥିବା ପାଣ୍ଡ୍ୟା ନିଜର ପଦାର୍ପଣରେ କମାଲ୍ କରିଥିଲେ । ତାଙ୍କ ଦମରେ ଗୁଜୁରାଟ ଆଇପିଏଲ ଚାମ୍ପିଅନ ହୋଇଥିଲା । ତେଣୁ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଆୟର୍ଲାଣ୍ଡ ଗସ୍ତ ପାଇଁ ତାଙ୍କୁ ବୋର୍ଡ ଅଧିନାୟକ ଭାର ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ