ଅପରାଧ ରାଜ୍ୟ

‘ଯାହାକୁ ମୁଁ ଭଲପାଉଥିଲି, ସେ ମୋତେ ଧୋକ୍କା ଦେଲା’ : ବାବା-ମମି ମୋତେ କ୍ଷମା କରିଦେବ…

ଖୋର୍ଦ୍ଧା ୨୦।୦୫ : ପ୍ରେମ ପୁଣି ନେଲା ଏକ ଜୀବନ । ପ୍ରେମରେ ହତାଶ ହୋଇ ଆଉ ଜଣେ ସୌମ୍ୟ ନିଜ ଜୀବନ ହରାଇଛନ୍ତି । ନିଜ ହାତକୁ ବ୍ଲେଡ୍‌ରେ କାଟି ଫଟୋ ସୋସିଆଲ୍‌ ମିଡିଆରେ ଅପଲୋଡ଼ କରିଛନ୍ତି । ଆଉ ଟ୍ରେନ୍‌କୁ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ୍‌ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଆଉ ସେହି ଭିଡିଓରେ କହିଛନ୍ତି ଯେ, ବାବା ଆଉ ମାମି ମୋତେ କ୍ଷମା କରିଦେବ । ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମାମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମାମିଙ୍କ ଧ୍ୟାନ ରଖିବୁ । ମୁଁ ଗୋଟେ ଝିଅକୁ ଭଲ ପାଉଥିଲି, ସେ ମୋତେ ଧୋକ୍କା ଦେଲା । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି । ଏମିକି କିଛି କହି ନିଜ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ କରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେପଟେ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଲାଇନ୍‌କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମ ବିବାଦକୁ ନେଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ଓ ଖୋର୍ଦ୍ଧାରୋଡ ଜିଆର୍‌ପି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।