ରାଜ୍ୟ

ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା : ୮ ଗୁରୁତର

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ‘ଶ୍ରୀରାମଜୀ’ ବରଗଡ଼ରୁ ଭଦ୍ରକ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଥିବାବେଳେ, ୮ ଜଣ ଗୁରୁତର ଅଛନ୍ତି | ଗୁରୁତରମାନଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବଂ ପରେ ୪ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ, ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ସାହାଯ୍ୟ କରିଥିବାବେଳେ ବସ ହେଲ୍ପରର ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି | କୁହାଯାଉଛି ଯେ ଓଭର ଟେକ କରୁଥିବା ସମୟରେ ସାମ୍ନାରେ ଖାଲ ପଡିଯିବାରୁ ଡାହାଣକୁ କାଟିବା ସମୟରେ ଟ୍ରକ ସାମ୍ନାରେ ବସଟି ବାଡେଇ ହୋଇଯାଇଥିଲା ବୋଲି ବସରେ ଥିବା ଯାତ୍ରୀ କହିଛନ୍ତି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।