ଖେଳ ଦେଶ ବିଦେଶ

ଯାଜପୁର ବନୁଛି କ୍ରୀଡ଼ା ହବ୍ : ୨୮ କୋଟିର ପ୍ରକଳ୍ପ କାର୍ଯ୍ୟ ଜାରି,କ୍ରିକେଟ ଷ୍ଟାଡିୟମ୍ ପାଇଁ ସ୍ଥାନ ଚିହ୍ନଟ

୨୦୨୩ ହକିର ପ୍ରଦର୍ଶନ ମ୍ୟାଚ ମିଳିବାର ସୁଯୋଗ
ଶେଷ ପର୍ଯ୍ୟାୟରେ ଇନଡୋର ଏବଂ ସୁଇମିଂ ପୁଲ୍

ଯାଜପୁରସଦର, (ଅନିଲ କୁମାର ପଣ୍ଡା): ଯାଜପୁର ଦିନ‌େ କ୍ରୀଡାବିତଙ୍କ ପାଇଁ ଗର୍ବିତ ହେଉଥିବା ବେଳେ ଆଗାମୀ ଭବିଷ୍ୟତରେ କ୍ରୀଡା ହବରେ ପରିଣତ ହେବାକୁ ଯାଉଛି। ଯାଜପୁରର କ୍ରୀଡାବିତ୍ ଦେଶ ଓ ବିଦେଶରେ ରାଜ୍ୟ ଓଜିଲ୍ଲାର ନାମକୁ ଗର୍ବିତ କରୁଥିବା ବେଳେ ଆଗାମୀ ଯୁବପିଢ଼ୀଙ୍କ ପାଇଁ ଏହି କ୍ରୀଡା ହବ୍ ନୂଆ ଭବିଷ୍ୟତ ଆଣିଦେବ ବୋଲି ଆଶା କରାଯାଇଛି।

Powered by Streamlyn
ଯାଜପୁର ଜିଲ୍ଲା ବିକାଶ ଧାରାରେ ଅଗ୍ରସର ହେଉଥିବା ବେଳେ ଖୁବଶୀଘ୍ର ଓଡିଶାର କ୍ରୀଡ଼ା ହବ୍ ହେବାକୁ ଯାଉଛି। କାରଣ ଯାଜପୁର ସହରରେ ଅନେକ କ୍ରୀଡ଼ା ପ୍ରକଳ୍ପକୁ ମଂଜୁରୀ ମିଳିଥିବା ବେଳେ ଅନେକର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଜପୁର ସହରରେ ବର୍ତମାନ ପାଖାପାଖି ୨୮ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି। ଯାଜପୁର ପୌରାଞ୍ଚଳ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଗମନାଗମନା,ସ୍ବାସ୍ଥ୍ୟସେବା ଓ ସଫେଇକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଉଛି। ଯାଜପୁର କ୍ରୀଡା ବିଭାଗ ସହମତି କ୍ରମେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଜିଲ୍ଲାର ନୂଆ ପରିଚୟ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି। ଯାଜପୁର ସହର ମଧ୍ୟ ଭାଗ କୁସୁମା ଠାରେ ଇଡକୋ ଦ୍ବାରା ୧୦ କୋଟି ମୂଲ୍ୟରେ ଇନଡୋର ଷ୍ଟାଡିୟମ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ଭିତରେ ବ୍ୟାଡମିଟନ, ଟେବୁଲଟେନିସ,ବୋଲିଂ ଆଲେ ଆଦି ଖେଳ ଖେଳାଯିବାକୁ ବ୍ୟବସ୍ଥା ହେଉଛି।

ସେହିପରି କୁସୁମାର ପାର୍ଶ୍ବରେ ଏକ ସୁଇମିଂ ପୁଲ ୫ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ଶେଷ ହୋଇ କ୍ରୀଡା ବିଭାଗକୁ ହସ୍ତାନ୍ତର ଅପେକ୍ଷାରେ ରହିଛି। ସେହିପରି ଏହା ସଂଲଗ୍ନ ୧୦୦ ଶର୍ଯ୍ୟା ବିଶିଷ୍ଟ ‌ସ୍ପୋର୍ଟସ କମ୍ପେକ୍ସ ନିର୍ମାଣ ଶେଷ ହୋଇଛି। ବିଭିନ୍ନ କ୍ରୀଡାରେ ଇଚ୍ଛକ କ୍ରୀଡା ବିତ୍ ଏହି କ୍ରୀଡା ହଷ୍ଟେଲରେ ନିଜର କ୍ୟାରିୟର ଗଢ଼ିପାରିବେ। ଯାଜପୁର ଜିଲ୍ଲା କୋର୍ଟ ନିକଟରେ କ୍ରୀଡା ବିଭାଗ ଓ ଓଡିଶା ଖଣ ନିଗମ ମିଳିତ ସହଯୋଗରେ ୮ କୋଟି ଟଙ୍କା ବିନିୟମରେ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି। ଯାହାକି ସିନ୍ଥେଟିକ ଟ୍ରାକ୍ ଭୁବନେଶ୍ବର ହକି ଷ୍ଟାଡିୟମ ଠାରୁ ଉନ୍ନତ ବୋଲି କୁହାଯାଉଛି। ତେବେ ଏହା ଶେଷ ହୋଇଥିବା ‌ବେଳେ ପୁନର୍ବାର ସାମାନ୍ୟ ଡିଜାଇନ ପରିର୍ବତନ କାର୍ଯ୍ୟ ଜାରି ରହିଛି। ଏହାକୁ ଆସନ୍ତା ମେ ସୁଦ୍ଧା କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯିବାକୁ ଯୋଜନା ରହିଛି। ଏହି ଷ୍ଟାଡିୟମରେ ଆସନ୍ତା ୨୦୨୩ରେ ହେବାକୁ ଥିବା ବିଶ୍ବକପ ହକିର ପ୍ରଦର୍ଶନୀ ମ୍ୟାଚ ଏହି ଠାରେ ଖେଳା ଯିବାର ଆଶା କରାଯାଇଛି।

ସେହିପରି ସହରର ବାଳାଶ୍ରମ ପଡିଆରେ ଏକ କ୍ରିକେଟ ଷ୍ଟାଡିୟମ ଓ ଇନଡୋର ଷ୍ଟାଡିୟମ ପାଇଁ ସ୍ଥାନ ଚିହ୍ନଟ ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଡିପିଆର ପ୍ରସ୍ତୁତ ହୋଇଛି। ପ୍ରାୟ ୩୫ ଏକର ପରିମିତ ସ୍ଥାନରେ ଏହାକୁ ନିର୍ମାଣ କରାଯିବ। ପ୍ରସ୍ତୁତ ହେବାକୁ ଥିବା କ୍ରିକେଟ ଷ୍ଟାଡିୟମରେ ୧୦ ହଜାର ଦର୍ଶକ ବସିବାର କ୍ଷମତା ରହିଥିବା ବେଳେ ଇନଡୋର ଷ୍ଟାଡିୟମ ୫ ହଜାର କ୍ଷମତା ବିଶିଷ୍ଟ ରହିବ। ଯାହାକି ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କ୍ରୀଡା ବିଭାଗ ଆଶା ରଖିଛି।

ଆଗରୁ କଣ ଥିଲା କ୍ରୀଡା ଭିତ୍ତିଭୂମି
ଯାଜପୁର ବହୁ ପୁରୁଣା ସହର ହୋଇଥିଲେ ମଧ୍ୟ ପୂର୍ବରୁ କ୍ରୀଡା ଭିତ୍ତିଭୂମି ନଥିଲା। ସହରର ଏନସି କଲେଜ ପଡିଆ ଓ ମହିଳା କଲେଜ ପଡିଆ ଥିଲା କ୍ରୀଡାବିତଙ୍କ ପାଇଁ କ୍ରୀଡା ଅଭ୍ୟାସ ସ୍ଥାନ। କିନ୍ତୁ ବିଭିନ୍ନ କାରଣ ଯୋଗୁ ସବୁ ସମୟରେ କ୍ରୀଡାବିତ୍ ଏହି ଦୁଇଟି ପଡିଆରେ ନିଜର କ୍ରୀଡା ଅଭ୍ୟାସ ପାଇଁ ସମୟ ଓ ସୁବିଧା ପାଉନଥିଲେ। ସେହିପରି କ୍ରୀଡା ସ୍କୁଲ ଖେଳ ପଡିଆ ମଧ୍ୟ କ୍ରୀଡାବିତଙ୍କ କାର୍ଯ୍ୟରେ ଲାଗୁଥିଲା।

ଇନଡୋର ଷ୍ଟାଡିୟମ ହେଲେ ଓଡିଶାର ହେବ ପ୍ରଥମ
ସହରର ବାଳାଶ୍ରମ ପଡିଆରେ ପ୍ରସ୍ଥାବିତ ୫ହଜାର କ୍ଷମତା ବିଶିଷ୍ଟ ଇନଡୋର ଷ୍ଟାଡିୟମ ଚୂଡାନ୍ତ ହୋଇ କାର୍ଯ୍ୟକ୍ଷମ ହେଲେ ଏହା ଓଡିଶାର ପ୍ରଥମ ଇନଡୋର ଷ୍ଟାଡିୟମ ଭାବେ ପରିଗଣିତ ହେବ। କାରଣ କଟକରେ ଥିବା ଇନଡୋର ଷ୍ଟାଡିୟମର କ୍ଷମତା ୨୫୦୦ ଥିବା ବେଳେ ଯାଜପୁରରେ ୫୦୦୦ ସିଟ୍ ର ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି।

ତେବେ ଏନେଇ ଯାଜପୁର କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ କହିଛନ୍ତି ଯାଜପୁରର କ୍ରୀଡା ଭିତ୍ତିଭୂମି ବହୁତ ଉନ୍ନତ ମାନର ହେବାକୁ ଯାଉଛି। ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ୨୦୨୧ରେ ସବୁ ପ୍ରକଳ୍ପ ଶେଷ ହେବ ବୋଲି ଆଶା କରାଯାଇଛି। ଯାହାକି ଯାଜପୁର କ୍ରୀଡାବିତଙ୍କ ପାଇଁ ଏହାର ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ