ରାଜ୍ୟ ସ୍ପେଶାଲ ରିପୋର୍ଟ

ଯାଜପୁରରେ ମାତିଛନ୍ତି ମୂର୍ତ୍ତି ଚୋର: ୪ଶହ ବର୍ଷ ପୁରୁଣା ମୂର୍ତ୍ତି ଚୋରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁରଟାଉନ/ସଦର/ଦଶରଥପୁର : ଯାଜପୁର ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋର। ଲୁଟେରାଙ୍କ ନିଶାଣରେ ପୁରାତନ ମଠ ଓ ମନ୍ଦିର। ଗତକାଲି ରାତିରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ କଟିକଟା ପଞ୍ଚାୟତ ହୀରାପୁର ରଘୁନାଥଜିଉ ମଠରୁ ପ୍ରାୟ ୧କୋଟି ଟଙ୍କାର ଦୁର୍ଲଭ ମୂର୍ତ୍ତି ଚୋରି ହୋଇଯାଇଛି। ଏହିସବୁ ମୂର୍ତ୍ତି ୪୦୦ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ମଠ ପରିସରରେ ଥିବା ବହୁ ପ୍ରାଚୀନ ରଘୁନାଥ ମନ୍ଦିରରେ ଶିଡ଼ି ଲଗାଇ ଲୁଟେରାମାନେ ଭିତରେ ପଶିଥିଲେ। ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ସହ ଦୁଇ ଆଣ୍ଠୁଆ ଗୋପାଳ, ନୃସିଂହଙ୍କ ମୂର୍ତ୍ତି , ୪ଟି ରୁପା ମୁକୁଟ ଓ ଅନ୍ୟାନ୍ୟ ଗହଣା ଚୋରି କରି ନେଇଯାଇଛନ୍ତି। ମୂର୍ତ୍ତିଗୁଡ଼ିକ ଅଷ୍ଟଧାତୁ ଓ ପିତ୍ତଳରେ ନିର୍ମିତ। ଏସବୁର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ମନ୍ଦିର ଟ୍ରଷ୍ଟି ପକ୍ଷରୁ କୁହାଯାଇଛି।

ଖବର ପାଇ ଆଜି ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଜରିଆରେ ତନାଘନା କରିଥିଲେ ବି ଲୁଟେରାଙ୍କ ସନ୍ଧାନ ନେବାରେ ପୁଲିସ ସଫଳ ହୋଇନାହିଁ। ଆଗକୁ ଦୋଳ ଉତ୍ସବ ଆସୁଥିବାବେଳେ ଏହି ମୂର୍ତ୍ତି ଚୋରି ହେବା ଘଟଣା ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବାବେଗକୁ ଗଭୀର ଆଘାତ ପହଞ୍ଚାଇଥିବା ଟ୍ରଷ୍ଟର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ରାଉତରାୟ କୋହଭରା କଣ୍ଠରେ କହିଛନ୍ତି।


ତେବେ, ଯାଜପୁରରେ ମୂର୍ତ୍ତିଚୋରି ଘଟଣା ନୂଆ ନୁହେଁ। ଏହାପୂର୍ବରୁ ବଡ଼ଚଣା ଥାନା ଦର୍ପଣଗଡ଼ରୁ ମା’ କୋଟ୍ରାକ୍ଷୀଙ୍କ ବହୁ ମୂଲ୍ୟବାନ ମୂର୍ତ୍ତି ୨୦୨୧ରେ ଜାନୁଆରିରେ ଚୋରି ହୋଇଥିଲା। ପୁଲିସର ତଦନ୍ତ ଏବଂ ତତ୍‌କାଳୀନ ଏସ୍‌ପି ଏକାଧିକବାର ମନ୍ଦିରକୁ ଯାଇ ତନାଘନା କରିଥିଲେ ବି ସଫଳତା ମିଳିନଥିଲା। ଶେଷରେ, ବିଦେଶକୁ ଚାଲାଣ ସମୟରେ ନୂଆଦିଲ୍ଲୀ ବିମାନବନ୍ଦରରୁ ଏହି ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା। ମାତ୍ର, ଏଯାଏ ଏହି ମୂର୍ତ୍ତି ମୂଳପୀଠକୁ ଫେରିପାରି ନାହିଁ।

ସେହିପରି, ଗତ ନଭେମ୍ବର ମାସରେ ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ବଡ଼ବାରିସାହି ଗ୍ରାମର ବହୁ ପୁରାତନ ସିଦ୍ଧ ବଳଦେବଜିଉ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲେ ବି ପୁଲିସକୁ ଏଯାଏ ସଫଳତା ମିଳିନାହିଁ। ୬ ଗୋଟି ମୂର୍ତ୍ତିର ଓଜନ ୯୦ କିଲୋ ଏବଂ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବୋଲି ସୂଚନା ମିଳିଛି। ଏ ଘଟଣାରେ ତୁରନ୍ତ ମୂର୍ତ୍ତି ଉଦ୍ଧାର କରିବା ଲାଗି ଯାଜପୁର ଏସ୍‌ପିଙ୍କୁ ରାଜ୍ୟ ପୁଲିସ ମହାନିର୍ଦେଶକ ନିର୍ଦେଶ ଦେଇଥିଲେ। ମାତ୍ର, ଏହି ମୂର୍ତ୍ତି ଉଦ୍ଧାର ପୂର୍ବରୁ ହୀରାପୁର ରଘୁନାଥଜିଉ ମଠରୁ ମୂର୍ତ୍ତି ଚୋରି ହୋଇଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।