ଲାଇଫ୍ ଷ୍ଟାଇଲ

ଯଦି ମାର୍ଚ୍ଚରେ ଆପଣଙ୍କ ଜନ୍ମ, ଜାଣନ୍ତୁ କାହିଁକି ଆପଣ ଖାସ ?

କୃଷ୍ଣପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇଯାଇଛି ୨୦୨୧ ମସିହାର ତୃତୀୟ ମାସ ମାର୍ଚ୍ଚ । ଏହି ମାସରେ ପ୍ରଖ୍ୟାତ ଗୀତ ଓ ସଙ୍ଗିତକାର ଜଷ୍ଟିନ ବିବର, ଶ୍ରଦ୍ଧା କପୁର, ଅନୁପମ ଖେର, ଅମୀର ଖାନ ଓ ଲେଡି ଗାଗାଙ୍କ ପରି ଅନେକ ପ୍ରଶିଦ୍ଧ ଲୋକଙ୍କ ଜନ୍ମ ଦିନ ପଡେ। ପ୍ରତ୍ୟେକ ମଣିଷର ଭଲ ଓ ମନ୍ଦଗୁଣ ରହିଛି। ବିଭିନ୍ନ ଶାସ୍ତ୍ର ସମେତ ଜ୍ୟୋତିଷରେ ବି ଗୁଣର ଆକଳନ କରାଯାଏ। ଏଠାରେ ଆମେ ମାର୍ଚ୍ଚ ମାସରେ ଜନ୍ମିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଗୁଣ ସମ୍ପର୍କରେ ବ୍ୟାଖ୍ୟା କରୁଛୁ ।

କିପରି ଆପଣଙ୍କ ବ୍ୟକ୍ତିତ୍ୱ
ମାର୍ଚ୍ଚ ମାସରେ ଜନ୍ମିତ ଲୋକେ ଉଦାର, ବିଶ୍ୱାସୀ ଓ ବେଶ ହସଖୁସ। ସେ ଦେଖିବାକୁ ଯେପରି ବି ହୋଇଥାନ୍ତୁ ନା କାହିଁକି ଲୋକେ କିନ୍ତୁ ତାଙ୍କୁ ବେଶ୍ ପସନ୍ଦ କରନ୍ତି। ଏହିମାସରେ ଜନ୍ମିତ ଲୋକେ ବେଶ୍ ମେଳାପି। ଏପରି ଲୋକେ ସବୁ କାର୍ଯ୍ୟ ନିଜ ଅନୁସାରେ କରିଥାନ୍ତି ଯାହା ବାସ୍ତବିକ ଅନନ୍ୟ। ଏହି ଗୁଣ ଯୋଗୁ ସେମାନେ ଖୁବ୍ ଶୀଘ୍ର ସଫଳ ହୋଇଥାନ୍ତି। ଏହିମାସରେ ଜନ୍ମିତ ଲୋକେ ଆଗକୁ ଉପୁଜିବାକୁ ଥିବା ସମସ୍ୟାକୁ ବେଶ ପୂର୍ବରୁ ଅନୁମାନ କରିନେଇଥାନ୍ତି। ଏଣୁ ଯେକୌଣସି ବଡ ଧରଣର ବିପଦର ବେଶ ସଫଳ ମୁକାବିଲା କରିଥାନ୍ତି। ଏମାନେ ଦେଖିବାକୁ ଯେତିକି ସାଧାରଣ ସେମାନଙ୍କ ବିଚାର ଶକ୍ତି ସେତିକି ଅସାଧାରଣ।

ଲଭ ଲାଇଫ
ମାର୍ଚ୍ଚ ମାସରେ ଜନ୍ମିତ ଲୋକଙ୍କ ଲଭ ଲାଇଫ ବେଶ୍ ରୋମାଣ୍ଟିକ। ଏମାନେ ଏତେ ଶୀଘ୍ର କାହାରିକୁ ପସନ୍ଦ କରନ୍ତିନାହିଁ। ହେଲେ ଥରେ ଯାହାକୁ ପସନ୍ଦ କରନ୍ତି ସାରା ଜୀବନ ତାଙ୍କ ସମସ୍ୟା ଓ କଷ୍ଟକୁ ନିଜର ଭାବି ସମାପ୍ତ କରିବାରେ ପ୍ରୟାଶରତ ଥାନ୍ତି। ପ୍ରେମବ୍ୟାପାରରେ ଏମାନେ ପ୍ରାୟତଃ ଲକି ସାବ୍ୟସ୍ତ ହୋଇଥାନ୍ତି ଓ ବିଶ୍ୱାସୀ ମଧ୍ୟ।

କ୍ୟାରିୟର
ମାର୍ଚ୍ଚ ମାସରେ ଜନ୍ମିତ ଲୋକେ ଜୀବନରେ ଏମିତି ପରିବର୍ତ୍ତନ ନେଇ ଆସନ୍ତି ଯାହା ସେମାନଙ୍କ ଆତ୍ମିୟ ଓ ବନ୍ଧୁ ବାନ୍ଧବଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏମାନେ ସୁ ଲେଖକ, ବକ୍ତା, ରେଡିଓ, ଟେଲିଭିଜନ ଓ ସିନେମା କ୍ଷେତ୍ରରେ ସେମାନଙ୍କ କ୍ୟାରିୟର ପ୍ରାୟତଃ ଖୋଜିଥାନ୍ତି ଓ ଏଥିରେ ସଫଳ ମଧ୍ୟ ହୁଅନ୍ତି। ଏହିମାସରେ ଜନ୍ମିତ ଲୋକେ ଖୁବ ଶୀଘ୍ର ଉତ୍ତେଜିତ ହୋଇପଡନ୍ତି। ଯଲଦି ରାଗୁଥିବାରୁ ପ୍ରାୟତଃ ହେବା କାମକୁ ଏମାନେ ବିଗାଡି ଦେଇଥାନ୍ତି। ଏମାନେ ସ୍ୱଭାବରେ ପରିଶ୍ରମି ଓ ଏହି ସ୍ୱଭାବ ଲାଗି ସେମାନେ ଅଜସ୍ର ଆୟ ମଧ୍ୟ କରନ୍ତି। ହେଲେ ଯେପରି ଆୟ କରନ୍ତି ସେପରି ବ୍ୟୟ ମଧ୍ୟ କରିଥାନ୍ତି।


ଯଦି ମାର୍ଚ୍ଚରେ ଜନ୍ମ ତେବେ ଏମାନଙ୍କଠାରୁ ରୁହନ୍ତୁ ଦୂରରେ
ମାର୍ଚ୍ଚ ମାସରେ ଜନ୍ମ ହୋଇଥିଲେ ନିଶା, ତମାଖୁ, ଧୂମ୍ରପାନ ଆଦିରୁ ଦୂରେଇ ରହିବା ଆବଶ୍ୟକ। କାରଣ ଏହି ମାସରେ ଜନ୍ମିତ ଲୋକଙ୍କ ବନ୍ଧୁ ପରିସର ବେଶ ବିସ୍ତୃତ। ଏଣୁ ସେମାନଙ୍କ ସାଙ୍ଗସାଥୀରେ ଏପରି ଅନେକ ଲୋକ ଥାନ୍ତି ଯେଉଁମାନେ ନିଶାସକ୍ତ। ଏପରି ଲୋକଙ୍କ ସମ୍ପର୍କରେ ଥିଲେ ସେମାନଙ୍କ ଅଭ୍ୟାସକୁ ନିଜର କରନ୍ତୁ ନାହିଁ। କାରଣ ଆପଣଙ୍କ ଉପରେ ଦାୟିତ୍ୱ ଅନେକ ଓ ଏପରି ନିଶା ସଙ୍ଗତ ଆପଣଙ୍କ ଜୀବନକୁ ବରବାଦ ବି କରିପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ