ରାଜ୍ୟ

‘ମ-ନ’ ହେଉଛି ସଫଳତାର ଦଶଟି ଗୁରୁମନ୍ତ୍ର: ସୌମ୍ୟରଞ୍ଜନ

ବାରଙ୍ଗ: ନରଣପୁରସ୍ଥିତ କେଏମ୍‌ବିବି ବିଜ୍ଞାନ କଲେଜ ପରିସରରେ ବ୍ରଜବନ୍ଧୁ ମେଧାବୃତ୍ତି ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଶିକ୍ଷା ସମୂହର ସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ମନର ଗୋଟିଏ କଥା କହିବା ଛଳରେ ‘ମ-ନ’ର ଦଶଟି ଗୁରୁ ମନ୍ତ୍ର ଦେଇଥିଲେ। ସେ କହିଥିଲେ ସଫଳତାର ମୂଳ ମନ୍ତ୍ର ପାଞ୍ଚଟି ‘ମ ଓ ଅନ୍ୟ ପାଞ୍ଚଟି ‘ନ। ପ୍ରଥମ ‘ମ ହେଉଛି ମା, ଦ୍ବିତୀୟ ମାଟି, ତୃତୀୟ ମାତୃଭାଷା, ଚର୍ତୁଥ ଉନ୍ନତ ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ବ୍ୟବହାରର ଯନ୍ତ୍ର ମୋବାଇଲ୍‌ ଓ ପଞ୍ଚମଟି ମଦ ମୁକ୍ତ ଓଡ଼ିଶା। ପାଞ୍ଚଟି ‘ନ ଭିତରୁ ପ୍ରଥମଟି ହେଉଛି ନିରୋଗ ରହିବା (ନିଜ ଶରୀରର ଯତ୍ନ ନିଜେ ନେବା), ଦ୍ବିତୀୟ ନିରହଙ୍କାରୀ ହେବା ବା ଅହଙ୍କାର ତ୍ୟାଗ କରିବା (ପିତା, ମାତା,ଗରୁ ଓ ଜୀବନଯାତ୍ରାରେ ଯିଏ ତୁମକୁ ସହାଯ୍ୟ କରିଥିବେ ତାଙ୍କ କୃତଜ୍ଞତା ସ୍ବୀକାର କରିଲେ ଅହଂକାର ଆପେ ଦୂରେଇ ଯିବ), ତୃତୀୟଟି ନିରାଡ଼ମ୍ବର ଜୀବନଯାପନ କରିବା (ଏହା କଲେ ଅଭାବ ରହିବ ନାହିଁ, କି ଦାରିଦ୍ର୍ୟ ଅନୁଭବ କରିବ ନାହିଁ), ଚର୍ତୁଥ ନିଡର ବା ନିର୍ଭୟୀ ହେବା(ନିର୍ଭୟୀ ହେବା ପାଇଁ ହେଲେ ସତ୍ୟର ସହଚର ହେବାକୁ ପଡିବ। ସତକୁ ସାଥୀ କଲେ ଭୟ ଆପେ ଦୂରେଇଯିବ), ପଞ୍ଚମ ‘ନ ଟି ହେଉଛି ନିଶାମୁକ୍ତ ପରିବେଶ। ମା-ବାପାମାନେ ବୃତ୍ତି ବିଷୟରେ ସଚେତନ ହୁଅନ୍ତୁ, ପିଲାର ଭବିଷ୍ୟତ ନିର୍ଦ୍ଧାରଣ କରନ୍ତୁ। ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀମାନେ ‘ମନ ଅକ୍ଷରର ଏହି ପାଞ୍ଚ-ପାଞ୍ଚ କରି ଦଶଟି କଥାକୁ ଅାଙ୍ଗୁଠି ଗଣି ମନେ ରଖି ବ୍ୟବହାର କଲେ ଜଗତଜିତା ହେବେ ବୋଲି ଶ୍ରୀ ପଟ୍ଟନାୟକ ଗୁରୁ ମନ୍ତ୍ର ଦେଇ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ଶିକ୍ଷାବିତ୍‌ ଡକ୍ଟର୍‌ ଧନଦାକାନ୍ତି ମିଶ୍ର କହିଥିଲେ ଯେ, ବିଦ୍ୟାଭ୍ୟାସ କଲେ ଅମୃତ ପ୍ରାପ୍ତି ହୁଏ। ପ୍ରଥମ ନିୟମ କଠିନ ପରିଶ୍ରମ କରନ୍ତୁ, ଦ୍ବିତୀୟ ନିୟମଟି କଠିନ ପରିଶ୍ରମକୁ ଭୁଲନ୍ତୁ ନାହିଁ। କଠିନ ପରିଶ୍ରମ ପାଇଁ କଷ୍ଟ ସହ୍ୟ କରି ଉଦ୍ୟମ ଜାରି ରଖିବାକୁ ପଡ଼ିବ। ଦେଶ ହେଉ ଅବା ବିଦେଶ; ଯେଉଁଠି ଥିଲେ ବି ମା’, ମାଟି, ମାତୃଭାଷାକୁ ଭୁଲି ନଯାଇ ତା ପାଇଁ କିଛି କରିବାକୁ ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ ଆଇଆଇଟି, ଦିଲ୍ଲୀର ପ୍ରଫେସର୍‌ ଡକ୍ଟର୍‌ ତପନ କୁମାର ଗାନ୍ଧି ଯୋଗଦେଇ ତାଙ୍କ ଜୀବନଯାତ୍ରାରେ ଗ୍ରାମାଞ୍ଚଳ ବିଦ୍ୟାଳୟରୁ ଆମେରିକାର ମାସଚୁସେଟ୍‌ ୟୁନିଭର୍‌ସିଟି ଅଭିଯାନର ଅଭିଜ୍ଞତାକୁ ଦୃଷ୍ଟାନ୍ତ ଦେଇ ଛତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ସହିତ ପ୍ରତିଯୋଗିତା କଲେ ତୁମ ପ୍ରତି ତାର ଈର୍ଷା ବଢିବ, କିଛି ଲାଭ ନାହିଁ। ନିଜ ସହ ପ୍ରତିଯୋଗିତା କର, ଅଗ୍ରଗତି ହେବ। ସବୁଠୁ ବଡ କଥା ଭଲ ମଣିଷ ହୁଅ, ସମାଜ ପାଇଁ କିଛି କର ବୋଲି ସେ କହିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ‘ସମ୍ବାଦ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର୍‌ ସରୋଜ କୁମାର ପଣ୍ଡା, ‘ସମ୍ବାଦ ଶିକ୍ଷା ସମୂହର ଉପାଧ୍ୟକ୍ଷ ଆଇନଜୀବୀ ଅଭିନିଶ ଶର୍ମା, ତନୟା ପଟ୍ଟନାୟକ, ‘ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଏସ୍‌ସିବି ମେଡିକାଲ କଲେଜ ଛାତ୍ର ଶଙ୍କର ସିଦ୍ଧାର୍ଥ ସାହୁ,ଏମ୍‌ସ୍ ରାୟପୁର ଛାତ୍ର ପ୍ରଦୀପ କୁମାର ପରିଡା ଓ ସେହି କଲେଜର ଛାତ୍ର ଜଗତ୍‌ଜ୍ୟୋତି ଜେନାଙ୍କୁ ପୁରସ୍କାର ରାଶି ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବ୍ରଜବନ୍ଧୁ ମେଧାବୃତ୍ତିରେ କୃତକାର୍ଯ୍ୟ ହୋଇଥିବା ୧୦୦ ଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ରାଜୀବ ଲୋଚନ ପଣ୍ଡାଙ୍କୁ ୫୦ ହଜାର ଟଙ୍କା ସହ ପ୍ରମାଣପତ୍ର, ଦ୍ବିତୀୟ ଅନ୍ବେଷା ମହାପାତ୍ରଙ୍କୁ ୩୦ ହଜାର ଟଙ୍କା ସହ ପ୍ରମାଣପତ୍ର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅନ୍ବେଷ କୁମାର ମୁଦୁଲିଙ୍କୁ ୨୦ ହଜାର ଟଙ୍କା ସହ ପୟମାଣପତ୍ର ପ୍ରଦାନ କରାଯାଇଥିଲା। କୃତକାର୍ଯ୍ୟ ହୋଇଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ସହ ପ୍ରମାଣପତ୍ର ଦିଆଯାଇଥିଲା। କେଏମ୍‌ବିବି କଲେଜ ଅଧ୍ୟକ୍ଷ ଡକ୍ଟର୍‌ ବିଜୁନି ଚରଣ ସୂତାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓ ଡିନ୍ ମୀନତିପ୍ରଭା ସାହୁ ଧନ୍ୟବାଦ-ଅର୍ପଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।