ରାଜ୍ୟ

ମୟୂରଭଞ୍ଜ, କେନ୍ଦୁଝରରେ ହବ୍ ଆଣ୍ଡ ସ୍ପୋକ୍ ସେଣ୍ଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ‌ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହବ୍ ଆଣ୍ଡ ସ୍ପୋକ୍ ସେଣ୍ଟର ଖୋଲିବ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସ୍‌ଏସ୍‌ଇପିଡି) ପକ୍ଷରୁ ଏହି କେନ୍ଦ୍ର ଖୋଲିବାକୁ ଯାଉଥିବା ବେଳେ ଓମ୍ବାଡ୍‌ସି ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜର ବାରିପଦାରେ ହବ୍ ଓ ରାଇରଙ୍ଗପୁର ଓ କରଞ୍ଜିଆରେ ସ୍ପୋକ୍ ସେଣ୍ଟର, କେନ୍ଦୁଝର ଜିଲ୍ଲାରେ କେନ୍ଦୁଝରରେ ହବ୍ ଓ ଯୋଡ଼ା-ବଡ଼ବିଲ ଓ ତେଲକୋଇରେ ସ୍ପୋକ୍ ସେଣ୍ଟର ଖୋଲିବ। ଏଥିପାଇଁ ଓମ୍ବାଡ୍‌ସି ପାଣ୍ଠିରୁ ୧୯କୋଟି ୨ଲକ୍ଷ ୫୫ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ୬ଟି ସେଣ୍ଟରରେ ଲାଗିବାକୁ ଥିବା ଯନ୍ତ୍ରପାତି ପାଇଁ ରାଜ୍ୟ ବୈଷୟିକ କମିଟି ଇ-ଟେଣ୍ଡର ଜରିଆରେ କିଣାଯିବ। ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଭିନ୍ନକ୍ଷମ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ପ୍ରଦାନ ପାଇଁ ଭୁବନେଶ୍ବରରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ରହିଛି। ପ୍ରାୟ ଦେଢ଼ ବର୍ଷ ହେବ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଠାରେ ୨୧ପ୍ରକାରର ଭିନ୍ନକ୍ଷମତା ପାଇଁ ସେବା ପ୍ରଦାନ କରାଯାଉଛି। ଏଥିରେ ୯ଶହରୁ ଅଧିକ ପିଲାଙ୍କୁ ବିଭିନ୍ନ ସେବା ପାଉଛନ୍ତି। ତେବେ ଜିଲ୍ଲାସ୍ତରରେ ନିକଟରେ ବ୍ରହ୍ମପୁରରେ ସ୍ପୋକ୍ ଏଣ୍ଡ ହବ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ଏହାସହ ଯାଜପୁରରେ ମଧ୍ୟ ହବ୍ ଆଣ୍ଡ ସ୍ପୋକ୍ ସେଣ୍ଟରର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜାତୀୟସ୍ତରରେ ଭିନ୍ନକ୍ଷମତା ହାର ୨.୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହି ହାର ୩.୨ ପ୍ରତିଶତ ରହିଛି। ଓଡ଼ିଶାରେ ଭିନ୍ନକ୍ଷମ ଲୋକଙ୍କ ସଂଖ୍ୟା ଅଧିକ ହେବା ପଛରେ ଏକାଧିକ କାରଣ ରହିଛି। ତେବେ ଓଡ଼ିଶାରେ ପ୍ରାୟ ସବୁପ୍ରକାର ଭିନ୍ନକ୍ଷମଙ୍କ ପାଇଁ ସେବା ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟସ୍ତରୀୟ କେନ୍ଦ୍ରକୁ ବାଦ୍ ଦେଲେ ଉପଖଣ୍ଡସ୍ତରରେ ସ୍ପୋକ୍ ଆଣ୍ଡ ହବ୍ ସେଣ୍ଟର ଖୋଲାଯାଉଛି। ତେବେ ଏସବୁ କେନ୍ଦ୍ରରେ ସବୁପ୍ରକାର ଭିନ୍ନକ୍ଷମତାର ସେବା ଉପଲବ୍ଧ ହେବନାହିଁ। ଜିଲ୍ଲାରେ ଯେଉଁ ଭିନ୍ନକ୍ଷମତା ଅଧିକ ରହିଛି ‌ତାହାକୁ ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ଅନ୍ୟ ଜିଲ୍ଲାକୁ ଏହାକୁ ସଂପ୍ରସାରିତ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।