ଅପରାଧ ରାଜ୍ୟ

ମ୍ୟାଚ୍‌ ହାରିଯିବାରୁ ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ନାୟକାଣିଡିହି ଥାନା ଲକ୍ଷ୍ମୀପ୍ରସାଦ ଗ୍ରାମରେ କ୍ରିକେଟ ଖେଳକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ସାହି ସାହି ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ରେ ହାରିଯିବାରୁ ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବକଙ୍କୁ ଗାଁ ମଝିରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି।

ପ୍ରକାଶ ଯେ, ଲକ୍ଷ୍ମୀପ୍ରସାଦ ଗାଁ ପଡ଼ିଆରେ ଗତ ୨୫ ତାରିଖ ଅପରାହ୍ନରେ ସାହିସାହି ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ଚାଲୁଥିବା ସମୟରେ ଛକା ମାରିବାକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଦୁଇ ଦଳ ରକ୍ତ ଚାଉଳ ଚୋବାଇଥିଲେ। ମ୍ୟାଚ ଶେଷ ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ବିଜୟୀ ଦଳର ନେତୃତ୍ବ ନେଇ ଭଲ ଖେଳିଥିବା ସିଦ୍ଧାର୍ଥ ରାଉତ ଘରକୁ ଫେରିବା ବେଳେ ହାରି ଯାଇଥିବା ଦଳର କେତେକ ଖେଳାଳି ରାଗ ତମ୍‌ତମ୍‌ ହୋଇ ତାଙ୍କୁ କାବୁ କରି ନେଇଥିଲେ।

ଆଉ ଗାଁ ମୁଣ୍ତରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ। ଉତ୍ତ୍ୟକ୍ତ ଯୁବକମାନେ ଅତି ଅମାନୁଷିକ ଭାବେ ମାଡ ମାରିବାରୁ ସିଦ୍ଧାର୍ଥଙ୍କ ମୁଣ୍ତ, ଛାତି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣାକୁ ସମସ୍ତେ ଦେଖୁଥିଲେ ବି କେହି ପ୍ରତିବାଦ କରି ନ ଥିଲେ। ଖବର ପାଇ ସିଦ୍ଧାର୍ଥଙ୍କ ପରିବାର ଲୋକେ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପରେ ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିଦ୍ଧାର୍ଥଙ୍କୁ ଉଦ୍ଧାର କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ୪୧/୨୦୨୩ରେ ଏକ ମାମଲା ରୁଜୁ କରିଛି। ଅପରପକ୍ଷ ଯୁବକମାନେ ମଧ୍ୟ ପାଲଟା ଅଭିଯୋଗ କରିଥିବା ପୁଲିସ ସୂଚନାରୁ ଜଣାପଡିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।