ଖେଳ ଦେଶ ବିଦେଶ

ମ୍ୟାଚ୍‌ ଭିତରେ ଦିଶିଲା କଳା ବିରାଡ଼ି, ଟ୍ରୋଲ୍‌ ହେଲେ ବିରାଟ କୋହଲି

ମୁମ୍ବାଇ: ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଗ୍ୟ ଚଳିତବର୍ଷ ଆଦୌ ଭଲ ନାହିଁ ବୋଲି ଆପଣ କହିପାରନ୍ତି। ସେ ଶୁକ୍ରବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଖେଳି ମାତ୍ର ୨୦ ରନ୍‌ ବନାଇ ଆଉଟ୍‌ ହୋଇ ଯାଇଥିଲେ। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଆଇପିଏଲ୍‌ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

ଆପଣ ଜାଣିଥିବ‌େ ନିଶ୍ଚୟ ଯେ ଆଇପିଏଲ୍‌ରେ ବିବାଟ କୋହଲି ରୟାଲ୍‌ ଚ୍ୟାଲେଞ୍ଜ୍‌ ବାଙ୍ଗାଲୋର୍‌(ଆର୍‌ସିବି) ଟିମ୍‌ରେ ଅଛନ୍ତି। ଆର୍‌ସିବି ପାଳି ଆରମ୍ଭରୁ ହିଁ ଏକ କଳା ବିରାଡ଼ି ଯାଇ ଏକ କଡ଼ ସିଟ୍‌‌ରେ ବସିପଡ଼ିଲା। ଏହା ବିରାଟ କୋହଲି ପିଚ୍‌ରେ ଥିବା ଅବସ୍ଥାରେ ହିଁ ଘଟିଥିଲା। ତେବେ, ଏହି ଘଟଣାକୁ ନେଇ ପ୍ରଶଂସକମାନେ କୋହଲିଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

କେହି କେହି ଏହି କଳା ବିରାଡ଼ିକୁ କୋହଲିଙ୍କ ଦୁର୍ଭାଗ୍ୟ ବୋଲି କହିଥିବା ବେଳେ ଜଣେ ବ୍ୟବହରକାରୀ ଲେଖିଛନ୍ତି, ‘ପ୍ରିୟର କୋହଲି, ଯଦି ଆପଣ ଖରାପ ନଜରରୁ ବଞ୍ଚିବାକୁ ଚାହୁଁଛନ୍ତି ତ ସୋସିଆଲ୍‌ ମିଡିଆରେ ଆପଣଙ୍କ ୱାର୍କଆଉଟ୍‌ ବେଳର ଫଟୋ ଦିଅନ୍ତୁ ନାହିଁ।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି କଳା ବିରାଡ଼ ଆପଣଙ୍କ ଉପରେ ତା’ର କଳା ଯାଦୁ ଚଳାଇଛି’। ‌ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମୋତେ ଲାଗୁଛି ଏହି କଳା ବିରାଡ଼ି ବିରାଟଙ୍କ ଦୁର୍ଭାଗ୍ୟର କାରଣ।’

ପୂର୍ବବର୍ତ୍ତୀ ଖବର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ