ଖେଳ

ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍ ପଜିଟିଭ : ସିରିଜ ଉପରେ ଲାଗିଲା କରୋନା ଗ୍ରହଣ

ବାଲାଂଦେଶ ୨୩/୫ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ତିନିଟିକିଆ ଦିନିକିଆ ସିରିଜ ଉପରେ ଲାଗିଛି କରୋନା ଗ୍ରହଣ । ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ବୋଲିଂ କୋଚ୍ ଦୁଇ ଖେଳାଳୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତେବେ ମ୍ୟାଚ୍ ବାତିଲ ହେବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ । ସୂଚନା ଅନୁଯାୟୀ, ଶ୍ରୀଲଙ୍କାର ବୋଲିଂ କୋଚ୍ ଚାମିଣ୍ଡା ଭାସ୍, ଇସୁରୁ ଉଦାନା ଏବଂ ଶିରେନ୍ ଫର୍ନାଣ୍ଡୋଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି ।

ଭାସ୍, ଉଦାନା ଏବଂ ଫର୍ନାଣ୍ଡୋଙ୍କ ନମୁନା ମେ୨୧ ସଂଗ୍ରହ ହୋଇଥିଲା । କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ଶନିବାର ନିଆଯାଇଥିବା ନମୁନାର ଫଳାଫଳକୁ ଅପେକ୍ଷା କରିଛନ୍ତି । ଏବେ ମ୍ୟାଚ ଖେଳାଯିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ କରୋନା ଭୂତାଣୁର ଏହି ମାମଲା ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ସିରିଜ୍ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ