ଖେଳ ଦେଶ ବିଦେଶ

ଏମ୍‌ସିସି ଆଜୀବନ ସଦସ୍ୟ ହେଲେ ଜଭାଗଲ ଶ୍ରୀନାଥ ଓ ହରଭଜନ ସିଂ

ଲଣ୍ଡନ: ଭାରତର ପୂର୍ବତନ କ୍ରିକେଟର ତଥା ପେସ୍‌ ବୋଲର ଜଭାଗଲ ଶ୍ରୀନାଥ ଓ ସ୍ପିନର ହରଭଜନ ସିଂ ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଳବ(ଏମସିସି)ର ଲାଇଫ ଟାଇମ୍ ସଦସ୍ୟ ହୋଇଛନ୍ତି । ଚଳିତ ବର୍ଷ ୧୮ ଜଣ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଭାରତୀୟ ଭାବେ ଶ୍ରୀନାଥ ଓ ହରଭଜନ ଆଜୀବନ ସଦସ୍ୟ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ୪ ଜଣ ଲେଖାଏଁ ଖେଳାଳି ସ୍ଥାନ ପାଇଥିବା ବେଳେ ୱେଷ୍ଟଇଣ୍ଡିଜରୁ ୩ ଜଣ, ଅଷ୍ଟେଲିଆରୁ ୨ ଜଣ ଏବଂ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଜିମ୍ବାୱେରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ ଯେ କ୍ରିକେଟର ତତ୍ତ୍ୱାବଧାରକ ଭାବେ ପରିଚିତ ଏମସିସିର ସଦସ୍ୟ ହୋଇ ଥିବା ଶ୍ରୀନାଥ ବର୍ତ୍ତମାନ ଆଇସିସିର ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଥିବା ବେଳେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୨୩୬ ଓ ଦିନିକିଆରେ ୩୧୫ ୱିକେଟ ଅକ୍ତିଆର କରିଥିଲେ । ସେହିପରି ହରଭଜନ ୧୦୩ ଟେଷ୍ଟ ଖେଳି ୪୧୭ ଓ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ମୋଟ ୭୦୦ ୱିକେଟ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଟେଷ୍ଟ ଖେଳୁଥିବା ୧୨ ଦେଶର ସୁନାମ ଧନ୍ୟ ଖେଳାଳିଙ୍କୁ ଏମସିସିର ଲାଇଫ ସଦସ୍ୟ ଭାବେ ଗ୍ରହଣ କରା ଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ