ରାଜ୍ୟ

ମୌଳିକ ସୁବିଧାରୁ ବଞ୍ଚିତ ଡମୁଗୁଡ଼ା ଗ୍ରାମବାସୀ: ଗାଁକୁ ନାହିଁ ପକ୍କା ରାସ୍ତା, ବିଜୁଳି ଆଲୁଅ ସାତ ସପନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ମୈଦଲପୁର : ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ରୋଗୀ ତଥା ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଏଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମାଝୀଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡମୁଗୁଡ଼ା ଗ୍ରାମବାସୀ।

ଡମୁଗୁଡ଼ା ଗ୍ରାମରେ ୨୦ ପରିବାରରେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଗ୍ରାମବାସୀ ଜଙ୍ଗଲ ଜମିରେ ଚାଷ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ଆଣି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଗାଁକୁ ଯିବା ପାଇଁ ଶିରାଗୁଡ଼ାଠାରୁ ୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି। ରାସ୍ତା ନଥିବାରୁ ରୋଗୀ ତଥା ଗର୍ଭବତୀଙ୍କୁ ଖଟିଆରେ ଭାର କରି ୪ କିମି ଶିରାଗୁଡ଼ା ପର୍ଯ୍ୟନ୍ତ ବୋହି ନିଆଯାଇଥାଏ। ସେଠାରୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥାଏ। ସେହିପରି ଗ୍ରାମରେ ଅଙ୍ଗନବାଡି କିମ୍ବା ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇନାହିଁ। ତେଣୁ ପାଠ ପଢ଼ିବା ପାଇଁ ଗ୍ରାମର ଛାତ୍ରଛାତ୍ରୀ ଚାରି କିଲୋମିଟର ଶୋଚନୀୟ ରାସ୍ତା ପାର ହୋଇ କଳାଭାଟିଗୁଡ଼ା ଗାଁକୁ ଯାଇଥାନ୍ତି। କୁନି କୁନି ପିଲା ଏବଂ ଗର୍ଭବତୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଆଣିବା ପାଇଁ ଶିରାଗୁଡ଼ା ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ପଡ଼ିଥାଏ।

Bedfordview Edenvale News

ସେହିପରି ଗ୍ରାମରେ ଦୁଇଟି ନଳକୂପ ଖନନ କରାଯାଇଛି। କିନ୍ତୁ ୪ ମାସ ହେଲା ଏହି ନଳକୂପ ଅଚଳ ହୋଇପଡ଼ିଛି। ଯାହାଫଳରେ ଲୋକେ ନିକଟସ୍ଥ ଝରଣାରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଏହି ଦୂଷିତ ପାଣି ପିଇ ଅନେକ ଲୋକ ରୋଗାକ୍ରାନ୍ତ ହୋଇଥିବା ଅଭିଯୋଗ କରୁଛନ୍ତି। ବିଦ୍ୟୁତ୍ ନଥିବାରୁ ଲୋକେ ଡିବିରି ଆଲୁଅରେ ରାତ୍ରି ଯାପନ କରନ୍ତି। ଗତ ତିନି ବର୍ଷ ହେଲା ଗ୍ରାମବାସୀଙ୍କୁ ପିଡିଏସ୍ କିରାସିନି ମଧ୍ୟ ମିଳୁନାହିଁ। ଗ୍ରାମର ୭ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଘର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି। ସ୍ୱାସ୍ଥ୍ୟ କର୍ମୀ ଏହି ଗାଁକୁ ଆସୁନଥିବା ବେଳେ କ୍ଵାକ୍ ମାନେ ପହଞ୍ଚି ଚିକିତ୍ସା କରି ଅଧିକା ଦରରେ ଔଷଧ ବିକ୍ରି କରି ଟଙ୍କା ନେଉଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ହେଲା ମୌଳିକ ସମସ୍ୟାର ସମାଧାନ ପାଇଁ ବହୁବାର ପ୍ରଶାସନ ନିକଟରେ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କେବଳ ନିର୍ବାଚନ ବେଳେ ବିଭିନ୍ନ ରାଜନୀତି ଦଳର ନେତାମାନେ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। କିନ୍ତୁ ନିର୍ବାଚନ ସରିଲା ପରେ କାହାର ଦେଖାମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ସମସ୍ତ ମୌଳିକ ସୁବିଧା ଯୋଗାଇଦେବାକୁ ଡମୁଗୁଡ଼ା ଗ୍ରାମର ମିଟୁ ମୁଦୁଲି, ଯମୁନା ମୁଦୁଲି, ଡମୁ ମୁଦୁଲି, ତ୍ରିଲୋଚନ ମୁଦୁଲି, ଲବ ଗୌଡ଼, ବିବି ଗୌଡ଼, ଟଙ୍କ ମୁଦୁଲି, ଶ୍ରାବଣୀ ମୁଦୁଲି, ଗୁରୁ ମୁଦୁଲି, ସଦା ଗୌଡ଼, ସୋମନାଥ ଗୌଡ଼, ରମେଶ ମୁଦୁଲି, ଲଳିତ ମୁଦୁଲି, ପାକଲି ମୁଦୁଲି, ରାଧା ମୁଦୁଲି ପ୍ରମୁଖ ଦାବି କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।