ରାଜ୍ୟ ସ୍ପେଶାଲ ରିପୋର୍ଟ

‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ: ବ୍ୟାପକ ହେବ କୋଡିଂ ଶିକ୍ଷା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ୩ ଦିନିଆ ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣକୁ ଉଦ୍‌ଘାଟନ କରି କହିଲେ, ସ୍କୁଲ୍‌ସ୍ତରରେ କୋଡିଂ ଶିକ୍ଷାର ଆବଶ୍ୟକତା ରହିଛି। ‘ଷ୍ଟୁଡେଣ୍ଟ ଆସ୍ପିରେସନାଲ କାର୍ଯ୍ୟକ୍ରମ’ ମାଧ୍ୟମରେ ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କୋଡିଂ, ଟିଂକରିଂ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ସହଭାଗିତାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭବିଷ୍ୟତରେ କୋଡିଂର ଆବଶ୍ୟକତା ଓ ଗୁରୁତ୍ୱକୁ ଉପଲବ୍ଧି କରି ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଯେପରି ଛାତ୍ରଛାତ୍ରୀଙ୍କର ଗଣନାଶୈଳୀ ଓ ସୃଜନଶୀଳତା ବୃଦ୍ଧି ହେବ, ତାହା ଉପରେ ମଧ୍ୟ ‘ମୋ ସ୍କୁଲ୍‌’ ଗୁରୁତ୍ୱ ଦେଉଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ବିଜ୍ଞାନ ଶିକ୍ଷକମାନେ ପ୍ରଶିକ୍ଷଣ ନେବେ।

ଉଦ୍‌ଘାଟନୀ ଦିବସରେ ୫୦ଟି ଉଚ୍ଚ ବିଦ୍ୟାଳୟରୁ ୬୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଡ୍‌ଭାନ୍ସ କୋଡିଂ ଉପରେ ପ୍ରଶିକ୍ଷଣ ନେଇଥିବା ବେଳେ ଆଗାମୀ ଦିନରେ ସ୍କୁଲ୍‌ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଯିବ। କାର୍ଯ୍ୟକ୍ରମରେ ‘ମୋ ସ୍କୁଲ୍ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନାଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ‘ମୋ ସ୍କୁଲ୍ ଅଭିଯାନ’ ଓ ‘କ୍ୱେଷ୍ଟ୍ ଆଲିଆନ୍ସ’ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।