ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋ ଫୋନ ଟ୍ୟାପିଂ ହେଉଛି, କିନ୍ତୁ ମୁଁ ଚିନ୍ତିତ ନୁହେଁ: ରାହୁଲ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ଫୋନ୍ ଟ୍ୟାପ୍ ହେଉଛି। ଏ ବିଷୟ ବି ସେ ଜାଣିଛନ୍ତି। କିନ୍ତୁ ଏହାକୁ ନେଇ ସେ ଚିନ୍ତିତ ନୁହନ୍ତି। ୩ଟି ସହର ଗସ୍ତରେ ଥିବା ରାହୁଲ ଆମେରିକାରେ ମଙ୍ଗଳବାର ପହଞ୍ଚିଥିଲେ। ବୁଧବାର ଦିନ ପ୍ରଥମାର୍ଦ୍ଧ ସେ ସିଲିକନ ଭାଲିର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଟାଇଥିଲେ। ଏହି ଉଦ୍ୟୋଗୀମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ମେଧା) ଏବଂ ଅନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସଂପୂର୍ଣ୍ଣ ନୂଆ କାର୍ଯ୍ୟ କରିଛନ୍ତି। ଏଆଇ, ବିଗ୍‌ ଡାଟା, ମେସିନ୍‌ ଲର୍ଣ୍ଣିଂର ବିଭିନ୍ନ ଦିଗ ସହିତ ଶାସନ ବ୍ୟବସ୍ଥା, ସାମାଜିକ ମଙ୍ଗଳ ପଦକ୍ଷେପ ଉପରେ ଏସବୁର ପ୍ରଭାବ ଆଦି ଉପରେ ସେ ଆଲୋଚନା କରିଥିଲେ। ଏଥିସହିତ ସେ ଡାଟାକୁ ବର୍ତ୍ତମାନ ଯୁଗର ସୁନା ବୋଲି ସେ ବର୍ଣ୍ଣନା କରିଥିଲେ। ଭାରତ ଭଳି ଦେଶ ଏହାର ବାସ୍ତବ ସାମର୍ଥ୍ୟ ସଂପର୍କରେ ଅନୁଭବ କଲେଣି ବୋଲି କହିଥିଲେ। ଡାଟା ସୁରକ୍ଷା ଏବଂ ନିରପତ୍ତା ପାଇଁ ଉପଯୁକ୍ତ ନିୟମ ପ୍ରସ୍ତୁତ କରିବାର ଆବଶ୍ୟକତା ସଂପର୍କରେ ସେ ମତ ରଖିଥିଲେ।

ପେଗାସସ୍ ସ୍ପାଏୱେର ଏବଂ ଏ ଧରଣର ଗୁଇନ୍ଦା ପ୍ରଯୁକ୍ତି ଉପରେ ରାହୁଲ ଶ୍ରୋତାମାନଙ୍କୁ କହିଥିଲେ ଯେ ସେ ଏ ନେଇ ଚିନ୍ତିତ ନୁହନ୍ତି। ଗୋଟିଏ ସମୟରେ ସେ ଜାଣି ପାରିଥିଲେ ଯେ ତାଙ୍କ ଫୋନ୍ ଟ୍ୟାପିଂ ହେଉଛି। ଏଥିସହିତ ସେ ତାଙ୍କ ଆଇଫୋନରେ ମଜାରେ ହେଲୋ! ମିଃ ମୋଦୀ! କହିଥିଲେ। ସେ ଭାବୁଛନ୍ତି ଯେ ତାଙ୍କ ଆଇଫୋନ ଟ୍ୟାପ ହେଉଥିଲା। ଏକ ଦେଶ ଏବଂ ବ୍ୟକ୍ତିଭାବେ ଡାଟା ଗୋପନୀୟତା ନେଇ ସ୍ପଷ୍ଟ ନିୟମ ରହିବା ଉଚିତ। ଯଦି ଗୋଟିଏ ଦେଶ ଚାହିବ ଜଣଙ୍କ ଫୋନ ଟ୍ୟାପ୍‌ କରିବ, କେହି ତାହାକୁ ଅଟକାଇ ପାରିବେ ନାହିଁ। ଯଦି ଦେଶ ଫୋନ ଟ୍ୟାପିଂ ପାଇଁ ଆଗ୍ରହ ଦେଖାଏ ତାହେଲେ ଏହା ବିରୋଧରେ ଲଢ଼େଇ କରିବାର ବି କିଛି ଅର୍ଥ ନାହିଁ। ମୁଁ ଯାହା କରୁଛି ସରକାରଙ୍କୁ ତାହା ଉପଲବ୍ଧ ହେଉଛି ବୋଲି ରାହୁଲ ଦାବି କରିଥିଲେ। ରାହୁଲଙ୍କ ସହିତ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତା ୪ ତାରିଖରେ ରାହୁଲ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆମେରିକା ଗସ୍ତ ଶେଷ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ