ରାଜ୍ୟ

ମୋ ପାଇଁ ଭଗବାନଙ୍କୁ ଡାକ: ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ବରରେ ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ। ଏଣୁ ସାଂସଦ ଅପରାଜିତା ଏକା ଏକା ପ୍ରଚାର ଜାରି ରଖିଛନ୍ତି। ଆଜି ସକାଳେ ଫରେଷ୍ଟ ପାର୍କରେ ପହଞ୍ଚି ବ୍ୟାଡ୍‌ମିଣ୍ଟନ ଖେଳିବା ସହ ପ୍ରାତଃଭ୍ରମଣରେ ଆସିଥିବା ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି। ଯେତେବେଳେ ଠାକୁରଙ୍କୁ ପୂଜା କରୁଛ ତେବେ ମୋ ପାଇଁ ଟିକେ ପୂଜା କର ବୋଲି ଅପରାଜିତା ସେମାନଙ୍କୁ କହିଥିଲେ।

ବିଭିନ୍ନ ପାର୍କକୁ ପ୍ରାତଃଭ୍ରମଣ ପାଇଁ ଆସୁଥିବା ବରିଷ୍ଠ ନାଗରିକ ତଥା ଅନ୍ୟମାନଙ୍କୁ ଅପରାଜିତା ଟାର୍ଗେଟ୍‌ କରିଛନ୍ତି। ସକାଳୁ ସେ ବିଭିନ୍ନ ପାର୍କ ବୁଲିବା ସହ ବିଭିନ୍ନ ବର୍ଗର ପୁରୁଷ ମହିଳାଙ୍କ ସହ ଆଲୋଚନା କରୁଛନ୍ତି। ତିନିରୁ ଚାରି ଦିନ ହେବ ସେ ଏଭଳି ଏକ ନୂଆ ଢଙ୍ଗରେ ପ୍ରଚାର ଆରମ୍ଭ କରିଛନ୍ତି। ଆଜି ଫରେଷ୍ଟ ପାର୍କରେ ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ବରି‌ଷ୍ଠ ନାଗରିକ ଜଣଙ୍କ ସ୍ବତଃପ୍ରବୃତ୍ତ ଭାବରେ ପାର୍କରେ ପ୍ରାତଃଭ୍ରମଣ ସମୟରେ କେହି ଚକୋଲେଟ୍‌ ଜରି କିମ୍ବା କୌଣସି ବିସ୍କୁଟ୍‌ ଖୋଳ ପକାଇଦେଲେ ସେ ଉଠାଇ ନେଇଯା’ନ୍ତି। ଏଭଳି ଏକ ମହାନ୍‌ କାମ ପାଇଁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସେ ସମ୍ବର୍ଦ୍ଧିତ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।