ରାଜ୍ୟ

ମୋବାଇଲ୍ ଲାଇଟରେ ଚାଲିଛି ଚିକିତ୍ସା: ରୋଗୀ ଓ ହନ୍ତସନ୍ତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ହେଉଛି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟ। ରୋଗୀଙ୍କୁ ରେଫର୍ କରିବାରେ ଉକ୍ତ ହସ୍ପିଟାଲ୍ ସବୁଠାରୁ ଆଗରେ ଏବଂ ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ବାରମ୍ବାର ଅଭିଯୋଗ ହୋଇଥାଏ। ଏଭଳି ବିଭିନ୍ନ ସମସ୍ୟା ଘେରରେ ଗତି କରୁଛି ଉକ୍ତ ଡାକ୍ତରଖାନା।

ତେବେ ଗତ କିଛିଦିନ ହେଲା ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିବାରୁ ରୋଗୀମାନେ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଡାକ୍ତରମାନେ ମଧ୍ୟ ଟର୍ଚ୍ଚ ଲଗାଇ ଚିକିତ୍ସା କରୁଥିବା ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ବିଦ୍ୟୁତ୍‌ କଟିଲେ ଜରୁରୀକାଳୀନ ସମୟରେ ଜେନେରେଟର ବ୍ୟବହାର କରାଯାଇଥାଏ। କିନ୍ତୁ ରୂପାନ୍ତରିକରଣ ଯୋଗୁଁ ଡିଜି ସଂଯୋଗ ହୋଇନାହିଁ। ଏଣୁ ଅନ୍ଧାର ରହୁଥିବା ସୂଚନା ମିଳିଛି, ଯାହାଫଳରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ନେ ବର୍ତ୍ତମାନର ୩୫ ଡିଗ୍ରିରୁ ଊର୍ଦ୍ଧ୍ବ ଉତ୍ତାପରେ ପ୍ରବଳ ଗରମ ଲାଗୁଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରିକି ପଙ୍ଖା ମଧ୍ୟ ବୁଲୁନଥିବାରୁ ରୋଗୀମାନେ ଶଯ୍ୟା ପରିବର୍ତ୍ତେ ସାଲାଇନ୍ ଝୁଲାଇ ବାହାରେ ବୁଲୁଥିବାର ମଧ୍ୟ ନଜର ଆସୁଛି।

ତେବେ ଜରୁରୀକାଳୀନ ସେବା ପାଇଁ ବ୍ୟବବୃତ ଡିଜି କାହିଁକି ସଂଯୋଗ କରାନଯାଇ ଉଦଘାଟନ ହେଲା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି। ବର୍ହିବିଭାଗରେ ରୋଗୀଙ୍କ ପଂଜୀକରଣ ପାଇଁ କମ୍ପୁଟର ମଧ୍ୟ ବନ୍ଦ ରହୁଛି ଏବଂ ଡାକ୍ତରମାନେ ମଧ୍ୟ ରୋଗୀଙ୍କୁ ମୋବାଇଲ୍ ଲାଇଟ୍‌ରେ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଯଥାଶୀଘ୍ର ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯାଉ ବୋଲି ଦାବି ହେଉଛି।

ଏ ସମ୍ବନ୍ଧରେ ହସ୍ପିଟାଲର ବିପିଓ ଆଲୋକ କୁମାର ଗଚ୍ଛାୟତଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଉକ୍ତ ହସ୍ପିଟାଲଟି ରୂପାନ୍ତରିକରଣ ହୋଇଛି। ସେଥିରେ ଡିଜି ସଂଯୋଗ ହୋଇନଥିବାରୁ ଏଭଳି ସମସ୍ୟା ହୋଇଛି। ଏନେଇ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ଜଣାଇଛନ୍ତି। ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।