ଅପରାଧ ଦେଶ ବିଦେଶ

ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ରହୁଥିବାରୁ ଗାଳି ଦେଲେ ବାପାମାଆ; ୯୦ ଫୁଟ୍‌ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡ଼ିଲେ ଯୁବତୀ

ବସ୍ତର: ସବୁବେଳେ ମୋବାଇଲ୍‌ ଫୋନ୍‌ରେ ବ୍ୟସ୍ତ ରହୁଥିବା କାରଣରୁ ବାପାମାଆଙ୍କଠାରୁ ଗାଳି ଶୁଣି ଛତିଶଗଡ଼ର ବସ୍ତର ଅଞ୍ଚଳ ଜଣେ ଯୁବତୀ ୯୦ ଫୁଟ୍‌ ଉଚ୍ଚରୁ ଚିତ୍ରକୂଟ ଜଳପ୍ରପାତକୁ ଡେଇଁଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ଘଟଣା ସମୟରେ ଉତ୍ତୋଳିତ ଏକ ଭିଡିଓ ମଧ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ସେଥିରେ ଦେଖାଯାଉଛି, ଲମ୍ଫ ଦେବା ପୂର୍ବରୁ ଯୁବତୀଜଣକ ଜଳପ୍ରପାତ ପାଖରେ ପହଞ୍ଚି ଲକ୍ଷ୍ୟହୀନ ଭାବେ ବୁଲାବୁଲି କରି ଜଳପ୍ରପାତ ଧାରରେ ଠିଆ ହେଉଛନ୍ତି। ସେଠାରେ ଥିବା ଅନ୍ୟ ଲୋକ ସବୁ ତାଙ୍କୁ ନ ଡେଇଁବାକୁ କହୁଥିବା ସତ୍ତ୍ବେ ସେ ଜଳପ୍ରପାତ ତଳକୁ ଡେଇଁ ପଡୁଛନ୍ତି।

ସେଠାରେ ଉପସ୍ଥିତ କେତେକ ଯୁବକ ନିଜ ନିଜ ମୋବାଇଲ୍‌ ଫୋନ୍‌ରେ ସମଗ୍ର ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ। ପରେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

Image Grabbed From Video

ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ବସ୍ତର ଅନ୍ତର୍ଗତ ଚିତ୍ରକୂଟ ଚୌକି ଅଞ୍ଚଳରେ ଘଟଣାଟି ଘଟିଥିଲା। ଜଳପ୍ରପାତକୁ ଡେଇଁପଡ଼ିଥିବା ଯୁବତୀ ହେଉଛନ୍ତି ସରସ୍ବତୀ ମୌର୍ଯ୍ୟ। କିନ୍ତୁ, ସେ ବଞ୍ଚିଯାଇଛନ୍ତି। ଡେଇଁବା ପରେ ପାଣିସୁଅରେ କିଛି ଦୂରକୁ ଭାସି ଯାଉଥିବା ସରସ୍ବତୀଙ୍କୁ ଜଣେ ନାଉରି ଉଦ୍ଧାର କରିଥିଲେ।

ଘଟଣାର ତଦନ୍ତ କରିବା ପରେ ପୁଲିସ ଜାଣିଲା ଯେ, ସବୁବେଳେ ମୋବାଇଲ୍‌ ଫୋନ୍‌ର ବ୍ୟବହାର କରୁଥିବାରୁ ସରସ୍ବତୀ ବାପାମାଆଙ୍କଠାରୁ ଗାଳି ଶୁଣି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ତା’ପରେ ସେମାନେ ସରସ୍ବତୀଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ