ଅପରାଧ ରାଜ୍ୟ

ମୋବାଇଲ୍ ପ୍ରେମ ପଡିଲା ମହଙ୍ଗା, ପ୍ରେମିକାକୁ ବୁଲିବାକୁ ଡାକି ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି ୧୮।୭: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ପ୍ରେମିକା ହତ୍ୟାକାରୀ ପ୍ରେମିକକୁ ବିରଫ କଲା ପୋଲିସ । ଗତ ୧୫ ତାରିଖ ଦିନ ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପଙ୍କଜ ଦିଗାଲକୁ ରାଇକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ଜଣେ ଯୁବକ ପଙ୍କଜ ଓ ଜନୈକା ଯୁବତୀଙ୍କ ମଧ୍ୟରେ ମୋବାଇଲ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଯୁବତୀଙ୍କ ନିର୍ବନ୍ଧ ହୋଇଯିବା ଜାଣିପାରି ପଙ୍କଜ ତାକୁ ୧୩ ତାରିଖ ଦିନ ମୋବାଇଲରେ ଯୋଗାଯୋଗ କରିଥିଲେ । ୧୪ ତାରିଖ ଦିନ ପଙ୍କଜ ତାଙ୍କୁ ବୁଲିଯିବାକୁ କହିଥିଲା । ଗତ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ଯୁବତୀ ବାପାଙ୍କୁ ଫୁଲବାଣୀ ଯିବାକୁ କହି ଘରୁ ଆସିବା ପରେ ପଙ୍କଜଙ୍କ ସହ ମଣ୍ଡାସାରୁ ଓ ଦାରିଙ୍ଗବାଡି ବୁଲିବାକୁ ଯାଇଥିଲେ । ଯୁବତୀ ଜଣଙ୍କ ବାପାଙ୍କୁ ଫେରିବାରେ ବିଳମ୍ବ ହେବା କହି ମୋବାଇଲ ସୁଇଚ୍ ଅଫ୍ କରିଦେଇଥିଲେ । ପରେ ପଙ୍କଜ ତାଙ୍କୁ ସେଠାରେ ଦୁଷ୍କର୍ମ କରିବା ପରେ ପଥର ଛେଚି ହତ୍ୟା କରିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲା ।

ପଙ୍କଜ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିବା ଅପରାଧରେ ୭ବର୍ଷ ସଜା କାଟିଥିବା ସୂଚନା ମିଳିଛି । ଏନେଇ ଥାନାରେ କେସ୍ ନଂ ୭୩/୨୨ ଦଫା ୩୦୨ ଆଇପିସିରେ ଗିରଫ କରି ତଦନ୍ତ ଅଧିକାରୀ ଶାନ୍ତନୁ ପ୍ରଧାନ କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ଡ. ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।