ରାଜ୍ୟ

ମୋବାଇଲ୍‌ରେ କଥା ହେବାକୁ ୫କିମି ଯାଉଛନ୍ତି ରାୟଗଡ଼ା ଜିଲ୍ଲାର ୧୭୪ଟି ଗ୍ରାମବାସୀ

ରାୟଗଡ଼ା: ଆଗକୁ ନିର୍ବାଚନ। ରାୟଗଡ଼ା ଜିଲ୍ଲାର ବହୁ ଗ୍ରାମରେ ଆଜି ବି ମୋବାଇଲ ନେଟୱର୍କ ନାହିଁ। ଲୋକେ ମୋବାଇଲ ଧରୁଛନ୍ତି କିନ୍ତୁ କଥା ହୋଇପାରୁ ନାହାନ୍ତି।ମୋବାଇଲରେ କଥା ହେବାକୁ ହେଲେ ୫ କିଲୋମିଟରରୁ ୧୦ କିଲୋମିଟର ଯିବାକୁ ପଡୁଛି। ନଚେତ କୌଣସି ଏକ ନିର୍ଦ୍ଧିଷ୍ଟ ଜାଗାରେ ଗଛ ଉପରେ ଚଢିଲେ ନେଟୱର୍କ ଧରୁଛି। ଜିଲ୍ଲାର ୧୭୪ଟି ଗାଁରେ ଆଜି ବି ନେଟଵର୍କ ବ୍ୟବସ୍ଥା ନାହିଁ। ଏସବୁ ଗ୍ରାମ ଦୁର୍ଗମ ହେଲେ ମଧ୍ୟ ଲୋକେ ଘରେ ଘରେ ମୋବାଇଲ ରଖିଛନ୍ତି। ମୋବାଇଲ ସେମାନଙ୍କ ପାଇଁ ଖେଳନା ପାଲଟିଛି। ମୋବାଇଲ ଟାଵାର ନଥିବା ଅଂଚଳଗୁଡିକୁ ତୁରନ୍ତ ସେବା ଯୋଗାଇ ଦିଆଯିବ ବୋଲି ସାଂସଦ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଜିଓ ଟାୱାର ଜିଲ୍ଲାର ଅପହଞ୍ଚ ଅଂଚଳମାନଙ୍କରେ ଲଗାଯିବା ବ୍ୟବସ୍ଥା ଥିବା ସେ କହିଥିଲେ। ଏଭଳି ପରିସ୍ଥିତିରେ କିପରି ଆଗାମୀ ନିର୍ବାଚନ ହେବ ସେନେଇ ପ୍ରଶାସନ ଚିନ୍ତାରେ ଥିବା ବେଳେ ସମସ୍ତ ନେଟୱର୍କ ନଥିବା ପୁଲିଂ ଷ୍ଟେସନରେ ସିସିଟିଭି ଲାଗିବ ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ ଜିଲ୍ଲାର ଗୁଣୁପୁର ନିର୍ବାଚନ ମଣ୍ଡଳୀର ୫ଟି ବ୍ଲକରେ ମୋଟ ୬୩ ଗ୍ରାମରେ ଆଜି ବି ମୋବାଇଲ ନେଟୱର୍କ ନାହିଁ। ଚନ୍ଦ୍ରପୁର ବ୍ଲକର ୬ଟି ପଞ୍ଚାୟତର ୯ଟି ଗାଁରେ ନେଟୱର୍କ ନଥିବା ବେଳେ ଗୁଡାରି ବ୍ଲକର ୫ଟି ପଞ୍ଚାୟତର ୧୩ ଗାଁରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ପଦ୍ମପୁର ବ୍ଲକର ଗୋଟିଏ ପଞ୍ଚାୟତର ଦୁଇଟି ଗାଁରେ ନେଟୱର୍କ ନଥିବା ବେଳେ ରାମନାଗୁଡା ବ୍ଲକର ୭ଟି ପଞ୍ଚାୟତର ୯ଟି ଗାଁରେ ନେଟୱର୍କ ନାହିଁ। ଗୁଣୁପୁର ବ୍ଲକର ୧୦ଟି ପଞ୍ଚାୟତର ୩୦ଟି ଗାଁରେ ଆଜି ବି ନେଟୱର୍କ ନାହିଁ।ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ମୋଟ ୩୩ଟି ଗାଁରେ ନେଟୱର୍କ ନାହିଁ।

ଏହି ନିର୍ବାଚନ ମଣ୍ଡଳୀର ବିଷମକଟକ ବ୍ଲକର ୧୧ଟି ପଞ୍ଚାୟତର ୧୯ଟି ଗାଁରେ ନେଟଵର୍କ ନଥିବା ବେଳେ କଲ୍ୟାଣସିଂହପୁର ବ୍ଲକର ଗୋଟିଏ ପଞ୍ଚାୟତର ଦୁଇଟି ଗ୍ରାମରେ ଏବଂ କୋଲନରା ବ୍ଲକର ୭ଟି ପଞ୍ଚାୟତର ୧୨ଟି ଗ୍ରାମରେ ନେଟଵର୍କ ନାହିଁ। ରାୟଗଡା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ୭୮ଟି ଗ୍ରାମକୁ ଆଜି ବି ଟାୱାର ପହଞ୍ଚିନଥିବାରୁ ନେଟୱର୍କ ନାହିଁ। ଏହି ନିର୍ବାଚନ ମଣ୍ଡଳୀର ରାୟଗଡା ବ୍ଲକର ୧୭ଟି ପଞ୍ଚାୟତରେର ମୋଟ ୩୧ଟି ଗାଁରେ ନେଟୱର୍କ ନାହିଁ। କାଶୀପୁର ବ୍ଲକର ୧୮ଟି ପଞ୍ଚାୟତର ୪୭ଟି ଗାଁକୁ ଆଜି ବି ନେଟଵର୍କ ପହଞ୍ଚି ନାହିଁ। ତେବେ ତିନୋଟି ନିର୍ବାଚନ ମଣ୍ଡଳୀର ନେଟୱର୍କ ନଥିବା ସମସ୍ତ ୧୭୪ଟି ଗାଁ ସମ୍ବେଦନଶୀଳ ରହିଥିବାରୁ ଏହି ଅଂଚଳରେ ଭୋଟଦାନ କେନ୍ଦ୍ରଗୁଡିକରେ ସୁରକ୍ଷା ସାଂଗକୁ ସିସିଟିଭି ଲଗାଇ ସ୍ବଚ୍ଛ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।