କଳା ଓ ସଂସ୍କୃତି ଦେଶ ବିଦେଶ

ମୋଦୀ ପରି ଏମିତି ବହୁତ ଆସି ଗଲେଣି…, ବିଶ୍ଵନାଥ ଧାମରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍

ବାରାଣସୀ ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ସୋମବାର କାଶୀ ବିଶ୍ଵନାଥ ଧାମର ଲୋକାର୍ପଣ କରିବା ସହିତ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କାହାରି ନାମ ନନେଇ କହିଛନ୍ତି, ଯେବେ ମୁଁ ବନାରସ ଆସିଲି ଗୋଟିଏ ବିଶ୍ଵାସ ନେଇକି ଆସିଥିଲି। ବିଶ୍ଵାସ ନିଜ ଅପେକ୍ଷା ବନାରସବାସୀଙ୍କ ଉପରେ ଥିଲା। କିନ୍ତୁ କିଛି ଲୋକ ବନାରସବାସୀଙ୍କ ଉପରେ ସନ୍ଦେହ କରୁଥିଲେ। ସେହି ଲୋକେ କହୁଥିଲେ କେମିତି ହେବ ଏତେ କାମ ? ହେବ କି ନାହିଁ ? ପୁଣି କହୁଥିଲେ ଏମିତି ତ ଏଠାରେ ଚାଲି ଆସିଛି ଏମିତି ଧାରାବାହିକ ଭାବେ ଚାଲିଥିବ। ମୋଦୀ ପରି ବହୁତ ଆସି ଚାଲିଗଲେଣି। ମୋଦୀ କହିଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ, ବନାରସ ପାଇଁ କିଭଳି ଏମିତି ଧାରଣା ତିଆରି କରି ଦିଆଗଲା।

ମୋଦୀ କହିଛନ୍ତି, ମୋତେ ଜଣା ଯେ, ଏମିତି ଧାରଣା ବନାରସବାସୀଙ୍କ ମନରେ ନଥିଲା। ଏଥିରେ କିଛି ରାଜନୀତି ଏବଂ କିଛି ନିହିତ ସ୍ଵାର୍ଥ ଥିଲା। ବନାରସ ଉପରେ ଆରୋପ ଲଗାଯାଉଥିଲା, ମାତ୍ର କାଶୀ ତ କାଶୀ। କାଶୀ ତ ଅବିନାଶୀ। କାଶୀରେ କେବଳ ଗୋଟିଏ ସରକାର, ଯାହାଙ୍କ ହାତରେ ଡମ୍ବରୁ ରହିଛି। ଏଠାରେ ମହାଦେବଙ୍କ ସରକାର ରହିଛି।

ମୋଦୀ କହିଛନ୍ତି, ଯେଉଁଠି ଗଙ୍ଗା ନିଜ ଧାରା ବଦଳାଇ ପ୍ରବାହିତ ହେଉଛି ସେହି କାଶୀକୁ ଭଲା କିଏ ଆଉ ରୋକି ପାରିବ। କାଶୀ ଖଣ୍ଡରେ ଭଗବାନ ଶିବ ନିଜେ କହୁଛନ୍ତି, ବିନା ମୋର ପ୍ରସନ୍ନତାରେ କାଶୀକୁ କିଏ ଆସି ପାରିବ। କିଏ ଏହାକୁ ସେବନ କରି ପାରିବ। କାଶୀରେ ମହାଦେବଙ୍କ କୃପା ବିନା କିଏ ଆସି ପାରିବ ନା କିଛି ହୋଇ ପାରିବ। ଏଠାରେ ଯାହା ବି କିଛି ହୁଏ ମହାଦେବଙ୍କ ଇଚ୍ଛାରେ ହୋଇଥାଏ। ଯାହା ବି ହୋଇଛି ସବୁ ମହାଦେବ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,