ରାଜ୍ୟ

ମୋଦୀ-ନବୀନଙ୍କ ସାକ୍ଷାତକୁ ନେଇ ରାଜନୀତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ମୋଦୀ-ନବୀନଙ୍କ ଏହି ସାକ୍ଷାତକୁ କଂଗ୍ରେସ କଟାକ୍ଷ କରିଛି। ସିବିଆଇ-ଇଡି ଭୟରେ ନବୀନ ବାବୁ ଦିଲ୍ଲୀ ଧାଇଁଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ନବୀନ ବାବୁ ନୀତୀଶ କୁମାରଙ୍କ ଭେଟଘାଟ ପରେ ବିଜେପି କଟାକ୍ଷ କରିବାରୁ ନବୀନ ବାବୁ ଦିଲ୍ଲୀ ଧାଇଁଲେ। ବିଜୁ ଜନତା ଦଳ ଚାଲୁଣି, ତାଙ୍କର ଲକ୍ଷେ ଭୁଲ ରହିଛି। ଅନ୍ୟ ରାଜ୍ୟରେ ଯେପରି ଇଡି ଓ ସିବିଆଇ ଚଢ଼ାଉ କରୁଛି ଓଡ଼ିଶାକୁ ଆସୁନି। ଯଦି ବିଜେଡି ତୃତୀୟ ସାମ୍ମୁଖ୍ୟକୁ ଯିବ ତା’ପରେ ଇଡି ଆଉ ସିବିଆଇର ଚଢ଼ଉ ହେବାର ଭୟ ରହୁଛି। ତେଣୁ ଏଠି କଳି ଲାଗୁଛନ୍ତି, ସେଠି କୋଳାକୋଳି ହେବେ। କେବେ ବି ବିଜେଡି ତୃତୀୟ ସାମ୍ମୁଖ୍ୟକୁ ଯିବନାହିଁ ବୋଲି ସେ କହିଛନ୍ତି।

କଟାକ୍ଷ କଲା କଂଗ୍ରେସ, ନବୀନଙ୍କୁ ଘାରିଛି ସିବିଆଇ-ଇଡି ଭୟ
ଓଡ଼ିଶାର ସ୍ବାର୍ଥକୁ ଦେଖି ସମର୍ଥନ ଦେଇଥାଏ ଦଳ : ବିଜେଡି
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ଗଣତନ୍ତ୍ରର ପ୍ରକ୍ରିୟା : ବିଜେପି

କଂଗ୍ରେସର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ବିଜେଡି ଏକ ଆଞ୍ଚଳିକ ଦଳ। ତେଣୁ ସମଦୂରତା ଅବଲମ୍ବନ କରିବା ସହ ଯେଉଁଠି ଓଡ଼ିଶାର ସ୍ୱାର୍ଥକୁ ଦେଖି ଦଳ ସମର୍ଥନ ଦେଇଥାଏ। ତେଣୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ସେ କଥାକୁ ଦୋହରାଇଛନ୍ତି। କଂଗ୍ରେସ ପ୍ରଥମେ ନିଜର ମହାରାଷ୍ଟ୍ର ସରକାରକୁ କିଭଳି ବୁଝାଇବାରେ ବିଫଳ ହେଲା ତାହା ଦେଖନ୍ତୁ। ମନମୋହନ ସରକାର ଥିଲା ବେଳେ ମଧ୍ୟ ବିଜେଡି ସମଦୂରତା ନୀତିରେ ଥିଲା। ଯେଉଁଠି ରାଜ୍ୟର ସ୍ୱାର୍ଥ ସମ୍ବଳିତ କଥା ଆସୁଥିଲା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରୁଥିଲେ। ବିଜେଡି କ’ଣ ସେହି ସମୟରେ କଂଗ୍ରେସ ସହ ମିଶି କି ଥିଲା କି ? ଆମର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିଛି। ଗତ ୫ଟି ନିର୍ବାଚନ ସହ ଷଷ୍ଠ ନିର୍ବାଚନରେ ମଧ୍ୟ ଏହା ପ୍ରତିଫଳିତ ହେବାକୁ ଯାଉଛି। ଲୋକ ଏକ ଆଞ୍ଚଳିକ ଦଳ ଭାବରେ ବିଜେଡିକୁ ଭରସା କରୁଛନ୍ତି। କାହାର କ’ଣ ଚିନ୍ତାଧାରା ଥାଇପାରେ। ଆମର ନୀତି ସ୍ପଷ୍ଟ; ବିକାଶକୁ ଆଗକୁ ନେବା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ କୌଣସି ମୁଖ୍ୟମନ୍ତ୍ରୀ ଭେଟିବା ତାହା ଗଣତନ୍ତ୍ର ବିଧି ବ୍ୟବସ୍ଥାର ପରିସରଭୁକ୍ତ। ଯେହେତୁ ଦିନକୁ ପୂର୍ବରୁ ନବୀନଙ୍କ ନୀତୀଶଙ୍କ ସହ ରୁଦ୍ଧଦ୍ୱାର ବୈଠକ ହୋଇଥିଲା, ତେଣୁ କାକ ତାଳ ନ୍ୟାୟରେ ଅନେକ କିଛି ଅନୁମାନ କରାଯାଉଛି। ହେଲେ ରାଜନୀତି କାହା ସହ କିଏ ରହିବ ସେ ନିଷ୍ପତ୍ତିରେ ଗୋଟେ ସ୍ପଷ୍ଟ ଚିତ୍ର ଦେବାର ସତ୍‌ସାହସ ଦରକାର। ତେଣୁ ତାଙ୍କ ଦଳର ନିଷ୍ପତ୍ତି ସେମାନେ ନେବେ। ସେଥିରେ ବିଜେପିର କିଛି କହିବାର ନାହିଁ। ହେଲେ କେନ୍ଦ୍ରୀୟ ଯୋଜନା ଯଥା ରାଜ୍ୟରେ ଆୟୁଷ୍ମାନକୁ ଲାଗୁ ନ କରାଯିବା ଫଳରେ ରୋଗୀ ହଇରାଣ ହେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ନାଁରେ ହସ୍ପିଟାଲ ମାଲେମାଲ ହେଉଛନ୍ତି। ଖରାପ ସୁଶାସନ ପାଇଁ ରାଜ୍ୟ ଆଜି ଜର୍ଜରିତ ହେଉଛି। ସେଇ କଥା ଆଲୋଚନା କରିଥିଲେ ରାଜ୍ୟ ଉପକୃତ ହୋଇଥାନ୍ତା। ହେଲେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ କଥା ଆଲୋଚନା କଲେ ନାହିଁ। ଏହା ପରେ ଦିଲ୍ଲୀରେ ତୃତୀୟ ସାମୁଖ୍ୟକୁ ଯାଉ ନାହିଁ ବୋଲି କହିଲେ। କିନ୍ତୁ ୨ ଦିନ ପରେ ଏକଥାକୁ କହିଲେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।