କଳା ଓ ସଂସ୍କୃତି ଦେଶ ବିଦେଶ

ମୋଦୀ କରିବେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ ଏଥିରେ କଣ ହେବ ଖାସ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପକୁ ଡିସେମ୍ବର ୧୩ ତାରିଖରେ ଉଦଘାଟନ କରିବେ । ଏହାକୁ ୟୁପି ନିର୍ବାଚନ ପୂର୍ବରୁ ସାରିବାକୁ କୁହାଯାଇଛି । ଡିସେମ୍ବର ୧୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେମାନେ ଦିନରାତି କାର୍ୟ୍ୟ କରୁଛନ୍ତି। କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୪୦୦ ଅତିରିକ୍ତ ଶ୍ରମିକଙ୍କୁ ଅଣାଯାଇଛି।

ବହୁରାଷ୍ଟ୍ରୀୟ କମ୍ପାନୀ ଏର୍ନଷ୍ଟ ଆଣ୍ଡ ୟଙ୍ଗକୁ ଅପରେସନାଲ୍ ପ୍ଲାନିଂ ପାଇଁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନିର୍ବାଚନମଣ୍ଡଳୀରେ ରହିଥିବାରୁ ଏହି ପ୍ରକଳ୍ପକୁ ୟୁପି ନିର୍ବାଚନ ପାଇଁ ବିଜେପିର ପ୍ରାଥମିକ ତାଲିକାରେ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ବାରଣାସୀରେ ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର କେବେ ନିର୍ମାଣ ହେବାକୁ ନେଇ ବିରୋଧୀ ମାନେ ଟାର୍ଗେଟ କରିବାରେ ଲାଗିଛନ୍ତି । ହେଲେ ଏବେ ରାମ ମନ୍ଦିର ମଧ୍ୟ ନିର୍ମାଣ ହେବ ଓ କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପ ମଧ୍ୟ ପ୍ରସ୍ତୁତ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,