ଦେଶ ବିଦେଶ ରାଜନୀତି

ମୋଦୀ ଓ ବିଜେପିକୁ ଟାର୍ଗେଟ୍‌ କଲେ ସୋନିଆ ଗାନ୍ଧୀ: ରାଜନୈତିକ ଫାଇଦା ପାଇଁ ଘୃଣାକୁ ପ୍ରୋତ୍ସାହିତ କରୁଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ନାଗରିକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଂଗ୍ରେସ ଦଳ ପଛରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ସୋସିଆଲ ମିଡିଆରେ କଂଗ୍ରେସ ଦ୍ୱାରା ସେୟାର କରାଯାଇଥିବା ଏକ ବିରଳ ଭିଡିଓ ବାର୍ତ୍ତାରେ ସୋନିଆ ଗାନ୍ଧୀ ଦେଶର ବ୍ୟାପକ ଆହ୍ୱାନ ଉପରେ ଆଲୋକପାତ କରି କହିଛନ୍ତି, ଆଜି ଦେଶର କୋଣ-ଅନୁକୋଣରେ ଯୁବକମାନେ ବେକାରିର ସମ୍ମୁଖୀନ ହେଉଛନ୍ତି, ମହିଳାମାନେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି, ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଂଖ୍ୟାଲଘୁମାନେ ଭୟଙ୍କର ଭେଦଭାବର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର କୁତ୍ସିତ ଉଦ୍ଦେଶ୍ୟ ଯୋଗୁଁ ଏଭଳି ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

କଂଗ୍ରେସ ଦଳ ସର୍ବଦା ସମସ୍ତଙ୍କ ପ୍ରଗତି, ବଞ୍ଚିତଙ୍କ ପାଇଁ ନ୍ୟାୟ ଏବଂ ଦେଶକୁ ସୁଦୃଢ଼ କରିବା ପାଇଁ ଲଢ଼େଇ କରିଛି ବୋଲି ସୋନିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗରିବଙ୍କ ଉନ୍ନତି, ଯୁବକ ଓ ମହିଳାଙ୍କ ସଶକ୍ତୀକରଣ, କୃଷକ ଓ ଶ୍ରମିକଙ୍କୁ ସମର୍ଥନ କରିବା ଏବଂ ଅବହେଳିତ ସମ୍ପ୍ରଦାୟକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଦଳର ଇସ୍ତାହାର ‘ନ୍ୟାୟପତ୍ର’ ଉପରେ ଆଲୋକପାତ କରିବା ଅବସରରେ ସେ ଭୋଟରମାନଙ୍କୁ ପୁଣି ଥରେ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। କଂଗ୍ରେସ ଓ ଇଣ୍ଡି-ମେଣ୍ଟ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଉତ୍ସର୍ଗୀକୃତ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ ଏବଂ ଆସନ୍ତୁ ମିଳିମିଶି ଏକ ଶକ୍ତିଶାଳୀ ଓ ଅଖଣ୍ଡ ଭାରତ ଗଠନ କରିବା ବୋଲି ସୋନିଆ କହିଛନ୍ତି। ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଥିବା ବେଳେ ତାଙ୍କର ଏହି ଭିଡିଓ ବାର୍ତ୍ତା ଆସିଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହ ସେ ଆଦିବାସୀଙ୍କ ‘ଜଳ, ଜଙ୍ଗଲ, ଜମି’ ଶିଳ୍ପପତିଙ୍କୁ ହସ୍ତାନ୍ତର କରିବାକୁ ଚାହୁଛନ୍ତି ବୋଲି ଅଭିଯୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର