ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଶିଳ୍ପପତି ଗୌତମ ଆଦାନି ସହିତ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନ ଭାରତର ସବୁଠାରୁ ବଡ଼ ଦୁର୍ନୀତି କରିଛନ୍ତି। ହିଡେନ୍ବର୍ଗ ରିପୋର୍ଟରୁ ଏହା ଜଣାପଡ଼ିଛି। ଏଭଳି ଅଭିଯୋଗ କରି ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ଶାଖା ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆପ୍ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଖାରବେଳନଗରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ଗିରିଦୁର୍ଗା ମନ୍ଦିର ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ସେଠାରେ ଆପ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିସହିତ ପୁଲିସ ସହ ଆପ୍ କର୍ମକର୍ତ୍ତା ମାନେ ଧସ୍ତାଧସ୍ତି କରି ସହିତ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲେ। ପୁଲିସ ବହୁ ଆପ୍ କର୍ମୀଙ୍କୁ ଅଟକ ରଖିଥିଲା।

ଆପ୍ ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ ଆଦାନି ଗ୍ରୁପ ମରିସସ ଓ କାରିବିଆନ ଦେଶଗୁଡିକରେ ୩୮ଟି ନକଲି କମ୍ପାନି ଖୋଲି ତାହା ମାଧ୍ୟମରେ ଜାଲିଆତି କରି ନିଜ କମ୍ପାନିର ସେୟାର ମୂଲ୍ୟ ଅହେତୁକ ବଢ଼ାଇଛନ୍ତି। ଆଉ ଏହି ବର୍ଦ୍ଧିତ ସେୟାର କିଣି ଏଲ୍ଆଇସି ମାତ୍ର ୮ ଦିନରେ ୬୫୪୦୦ କୋଟି ଟଙ୍କାର କ୍ଷତି ସହିଛି। ଏସ୍ବିଆଇ, ପିଏନ୍ବି ପ୍ରଭୃତି ବ୍ୟାଙ୍କରେ ସଞ୍ଚିତ ଥିବା ସାଧାରଣ ଜନତାର ଟଙ୍କାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛିl ନରେନ୍ଦ୍ର ମୋଦୀ ଦେଶର ସବୁ ସମ୍ପତ୍ତି ଯେପରିକି କୋଇଲା, ଗ୍ୟାସ, ବିଜୁଳି, ସିମେଣ୍ଟ, ପାଣି, ରାସ୍ତା, ଷ୍ଟିଲ, ଏୟାରପୋର୍ଟ, ବନ୍ଦର ସବୁ ଆଦାନିଙ୍କୁ ଶାଗମୁଗ ଦରରେ ଦେଇଛନ୍ତି। ଏପରିକି ବାଂଲାଦେଶ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ଉପରେ ଚାପ ପକାଇ ତାଙ୍କୁ ବହୁ ପ୍ରକଳ୍ପ ଦେଇଛନ୍ତି। ତା’ ସହିତ ଯେତେବେଳେ ଘରୋଇ ବ୍ୟାଙ୍କମାନେ ଋଣ ଦେବାକୁ ଇଚ୍ଛା କଲେନାହିଁ, ନରେନ୍ଦ୍ର ମୋଦୀ ଏସ୍ବିଆଇ ଓ ଏଲ୍ଆଇସି ଉପରେ ଚାପ ପକାଇ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ଋଣ ଦେଲେ। ସେଥିରୁ ୮୪ ହଜାର କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି ବୋଲି ଶ୍ରୀ ମହପାତ୍ର ଅଭିଯୋଗ କରିଛନ୍ତି। ଆଜିର ବିକ୍ଷୋଭରେ ଶୁଭାଶିଷ ସ୍ୱାଇଁ, ସୁନୀଲ ଷଡ଼ଙ୍ଗୀ, ଜୟସୂର୍ଯ୍ୟ କାନୁନଗୋ, ସଞ୍ଜୀବ ମହାନ୍ତି, ଦୁର୍ଗା ପ୍ରାସାଦ ପରିଡା, ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l