ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଲେ ବାଇଡେନ୍‌ ଦମ୍ପତି; ‘ଫାଷ୍ଟ୍‌ ଲେଡି’ ଜିଲ୍‌ଙ୍କୁ ‘ସବୁଜ ହୀରା’ ଉପହାର ଦେଲେ ମୋଦୀ

ୱାସିଂଟନ୍‌: ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି।

ହ୍ବାଇଟ୍‌ ହାଉସ୍‌ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ପରସ୍ପରର କୁଶଳ ଜୀଜ୍ଞାସା କରି (ଭଲମନ୍ଦ ପଚାରିବା) ଫଟୋ ଉଠାଇବା ପାଇଁ ‘ପୋଜ୍‌’ ଦେଇଥିଲେ।

ଔପଚାରିକ ଉପହାର ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଂଶ ଶତାବ୍ଦୀ ପ୍ରାରମ୍ଭ ସମୟ ଖଣ୍ଡେ ହାତ ତିଆରି ପୁରାତନ ଆମେରିକୀୟ ‘ବୁକ୍‌ ଗାଲି’ (ପ୍ରୁଫ୍‌ ଦେଖା ହେବା ପୂର୍ବର ପୁସ୍ତକ), ଏକ ପୁରାତନ କ୍ୟାମେରା ଏବଂ ଆମେରିକୀୟ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଥିବା ବୋର୍ଡ ବନ୍ଧେଇ ପୁସ୍ତକ ପ୍ରଦାନ କରିଛନ୍ତି। ସେହିପରି, ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ‘କଲେକ୍‌ଟେଡ୍‌ ପୋଏମ୍‌ସ୍‌ ଅଫ୍‌ ରବର୍ଟ ଫ୍ରଷ୍ଟ୍‌’ ପୁସ୍ତକର ପ୍ରଥମ ସଂସ୍କରଣର ଖଣ୍ଡେ କପି ସ୍ବାକ୍ଷର କରି ଭେଟି ଦେଇଛନ୍ତି।

Green Diamond, Sandalwood Box: PM Modi's Gifts To Joe Biden, First Lady
Image Courtesy of NDTV

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ରାଜସ୍ଥାନର ଜୟପୁର ସୁଦକ୍ଷ କାରିଗରଙ୍କଦ୍ବାରା ଖୋଦେଇ କରାଯାଇଥିବା ଚନ୍ଦନକାଠ ବାକ୍ସଟିଏ ଉପହାର ଦେଇଛନ୍ତି। ସେ ବାକ୍ସରେ ଅଛି ଗଣେଶଙ୍କର ରୁପା ପ୍ରତିମା ଓ ଗୋଟାଏ ଦୀପ।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ମ‌ୋଦୀ ତାଙ୍କୁ  ଲଣ୍ଡନ୍‌ର ‘ଫାବର୍‌ ଆଣ୍ଡ୍‌ ଫାବର୍‌’ଦ୍ବାରା ପ୍ରକାଶିତ ଓ ‘ଗ୍ଲାସ୍‌ଗୋ ୟୁନିଭର୍ସିଟି ପ୍ରେସ୍‌’ରେ ମୁଦ୍ରିତ ‘ଦି ଟେନ୍‌ ପ୍ରିନ୍‌ସିପାଲ୍‌ ଉପନିଷଦ୍‌’ର ପ୍ରଥମ ସଂସ୍କରଣର ଖଣ୍ଡେ ବହି ମଧ୍ୟ ଉପହାର ଦେଇଛନ୍ତି।

ସେହିପରି, ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଲ୍ୟାବ୍‌ରେ ପ୍ରସ୍ତୁତ ୭.୫ କ୍ୟାରେଟ୍‌ର ସବୁଜ ହୀରା ଉପହାର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହ୍ବାଇଟ୍‌ ହାଉସ୍‌କୁ ଯାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶ ଦାତା ଅଜିତ ଡୋଭାଲ୍‌, ବୈଦେଶିକ ସଚିବ ବିନୟ କ୍ବତ୍ରା ଏବଂ ‘ପ୍ରୋଟକଲ୍‌’ର ଡେପୁଟି ଚିଫ୍‌ ଅସୀମ ବୋରା।

ହ୍ବାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ବାଇଡେନ୍‌, ‘ଫାଷ୍ଟ୍‌ ଲେଡି’ ଓ ପ୍ରଧାନମନ୍ତ୍ରୀ ‘ଡିନର୍‌’ ଖାଇବା ସହିତ ଭାରତୀୟ ଅଞ୍ଚଳ ପ୍ରତି ଉତ୍ସର୍ଗ କରାଯାଇଥିବା ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ