ମନୋରଞ୍ଜନ

ମୋଦିଙ୍କ ପ୍ରଶଂସା ପଡିଲା ମହଙ୍ଗା: ‘ଆଏଗା ତୋ ମୋଦି ହି’ କହି ଟ୍ରୋଲ୍ ହେଲେ ଅନୁପମ୍ ଖେର୍

ମୁମ୍ବାଇ ୨୫/୦୪ : ବଲିଉଡର ଅନେକ କଳାକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୁବ ପ୍ରଶଂସା କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡ ଅଭିନେତା ଅନୁପମ୍ ଖେର୍। ସେ ଅନେକଥର ଶୋସିଲଲ ମିଡ଼ିଆରେ ବିଜେପି ଓ ମୋଦିଙ୍କ ସପକ୍ଷରେ ନିଜ ମତାମତ ଦେଇଛନ୍ତି। ଦେଶରେ କରୋନା ହାହାକାର ଖେଳାଇଥିବା ବେଳେ କିଛି ଲୋକେ ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଅନୁପମ୍ ଖେର୍ ନିକଟରେ ଟ୍ୱିଟରେ ଜଣେ ସମାଲୋଚକକୁ ଜବାବ୍ ଦେଇଥିଲେ। ଜବାବରେ ଅନୁପମ୍ କହିଥିଲେ, ‘ଆଏଗା ତୋ ମୋଦି ହି’। ଅନୁପମଙ୍କ ଏହି ଟ୍ୱିଟ୍ ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ।

ଦେଶରେ କରୋନା ସ୍ଥିତି ଦେଖି ଲୋକେ ସୋସିଆଲ ମିଡ଼ିଆରେ ନିଜ ପ୍ରତିକ୍ରିୟା ରଖୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ୬୦ ଦଶକରେ ଏକ ଶିଶୁ ଭାବେ ମୁଁ ଅନେକ ସଙ୍କଟ ଦେଖିଛି। ୩ଟି ଯୁଦ୍ଧ, ଖାଦ୍ୟ ଅଭାବ ଓ ଅନେକ ବିପତ୍ତି। ବିଭାଜନ ପରେ ଏହା ସବୁଠାରୁ ବଡ ସଙ୍କଟ ଓ ଭାରତ ଏହିଭଳି ସଙ୍କଟ ଆଗରୁ କେବେ ଦେଖିନଥିଲା। ଏହିଭଳି ସମୟରେ ସରକାର କିଛି ପଦକ୍ଷେପ ନେଇନାହାନ୍ତି। କଲ୍ ପାଇଁ କୌଣସି କଣ୍ଟ୍ରୋଲ ରୁମ ନାହିଁ, ଜବାବ ଦେବା ପାଇଁ କେହି ନାହାନ୍ତି।

ଜବାବରେ ଅନୁପମ୍ କହିଥିଲେ, ‘ଏଇଟା ଟିକିଏ ଅଧିକ ହୋଇଗଲା, ଆପଣଙ୍କ ଷ୍ଟାଣ୍ଡାର୍ଡରୁ ଅଧିକ। କରୋନା ଏକ ବିପଦ, ସଙ୍କଟ, ପୁରା ବିଶ୍ୱ ପାଇଁ। ଆମେ ଏଗରୁ ଏହିଭଳି ମହାମାରୀର ସାମ୍ନା କେବେ କରିନଥିଲୁ। ସରକାରଙ୍କ ସମାଲୋଚନା କରିପାରିବେ, କିନ୍ତୁ ଏହି ମହାମାରୀ ବିରୋଧରେ ସଂଘର୍ଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ହଉ, ଚିନ୍ତା କରନ୍ତୁନି, ‘ଆଏଗା ତୋ ମୋଦି ହି’ !! ଜୟ ହୋ !’

ଅନୁପମ୍ ଖେରଙ୍କ ଏହି ଟ୍ୱିଟ୍ ଦେଖିବା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଲେ, ଭଗବାନ ଅନୁପମ୍ ଖେରଙ୍କୁ ସଦବୁଦ୍ଧି ଦିଅନ୍ତୁ। ଆଉ ଜଣେ ୟୁଜର ଲେଖିଲେ, ଅନୁପମ୍ ନିଜର ଠିକ ରଙ୍ଗ ଦେଖାଇଛନ୍ତି। ଆଉ କେହି ତାଙ୍କୁ କଙ୍ଗନାଙ୍କ ମେଲ୍ ଭର୍ସନ୍ ବୋଲି କହିଛନ୍ତି। କେହି ପୁଣି କହିଛନ୍ତି ଚୁଟି ସହ ସେ ନିଜ ବୁଦ୍ଧି ବି ହରାଇ ସାରିଛନ୍ତି।

ଅଭିନେତା ଅନୁପମ ଖେର ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ କହିବା ଏହା ପ୍ରଥମ ମାମଲା ନୁହେଁ। ପୂର୍ବରୁ ମଧ୍ୟ ସେ ଅନେକଥର ମୋଦିଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି। ଲକଡାଉନ୍ ସମୟରେ ଅନୁପମ ଖେର ଏକ ବହି ଲେଖିଥିଲେ। ବହିର ନାଁ ହେଲା Your Best Day Is Today। ବହି ପାଇଁ ମୋଦି ଅନୁପମ ଖେରଙ୍କୁ ଚିଠି ଲେଖି ତାଙ୍କର ପ୍ରଶଂସା କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ