ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମୋଟାପଣ ଦୁର କରିବ ଅମୃତଭଣ୍ଡା ମଞ୍ଜି, ମାତ୍ର ଗୋଟିଏ ସପ୍ତାହରେ ଦେଖାଇବ କରାମତି

ଭୁବନେଶ୍ୱର ୦୮/୦୪: ପ୍ରାୟତଃ ଲୋକମାନେ ଅମୃତଭଣ୍ଡା ଖାଇବା ପରେ ତାର ମଞ୍ଜିକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି ବାସ୍ତବରେ ତାହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କୈଣସି ବରଦାନ ଠାରୁ କମ୍ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡା ମଞ୍ଜି ଏକ ସପ୍ତାହରେ ଆପଣଙ୍କ ଅନେକ କିଲୋ ଓଜନ ହ୍ରାସ କରିପାରିବ । ତେବେ ଚାଲନ୍ତୁ ଜାଣିବା ଓଜନ ହ୍ରାସ କରିବା ଏବଂ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ମଞ୍ଜି କିପରି ବ୍ୟବହାର କରାଯାଏ ।

ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଖୁବ୍ କମ୍ କ୍ୟାଲୋରୀ ଥାଏ । ଅମୃତଭଣ୍ଡାରେ ମିଳୁଥିବା ଏନଜାଇମଗୁଡ଼ିକ କେବଳ ଓଜନ ହ୍ରାସ କରେ ନାହିଁ ବରଂ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ମଧ୍ୟ ହ୍ରାସ କରିଥାଏ । ଓଜନ ହ୍ରାସ କରିବାକୁ, ଆପଣ ୧୦ ରୁ ୧୫ ଦିନ ଏକ ଚାମଚ ଶୁଖିଲା ଅମୃତଭଣ୍ଡା ମଞ୍ଜିରୁ ପ୍ରସ୍ତୁତ ପାଉଡର ଖାଇବା ଉଚିତ୍ । ଏକ ଦିନରେ ମାତ୍ର ୫ ରୁ ୮ ଗ୍ରାମ ମଞ୍ଜି ଖାଇବା ଉଚିତ୍ ।

ଅମୃତଭଣ୍ଡା ମଞ୍ଜିରେ ଆଣ୍ଟି-ଏଜିଙ୍ଗ୍ ଗୁଣ ରହିଥିବାରୁ ଆପଣଙ୍କ ତ୍ୱଚାର ଚମକକୁ ବଜାୟ ରଖିବା ସହିତ ରିଙ୍କଲ୍ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଏହାର ମଞ୍ଜିକୁ ଅମୃତଭଣ୍ଡା ସହିତ ଚୋବାଇବା ଖାଆନ୍ତୁ । ଏହା ପରେ ପାଣି ପିଅନ୍ତୁ । ଏହା କରିବା ଦ୍ୱାରା ଚର୍ମରେ କୁଞ୍ଚନ ଏବଂ ଫାଇନ୍ ଲାଇନ୍ ଦେଖାଯିବ ନାହିଁ ।

ଅମୃତଭଣ୍ଡା ମଞ୍ଜିରେ ପ୍ରଚୁର ପରିମାଣର ହଜମକାରୀ ଏନଜାଇମ୍ ଥାଏ ଯାହା ପ୍ରାକୃତିକ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ସୁସ୍ଥ ହଜମ ପାଇଁ, ସୂର୍ଯ୍ୟ ଅମୃତଭଣ୍ଡା ମଞ୍ଜି ଶୁଖାଇ ତାହାର ପାଉଡର ପ୍ରସ୍ତୁତ୍ କରନ୍ତୁ । ଏହି ପାଉଡରକୁ ପ୍ରତିଦିନ ଉଷୁମ ପାଣିରେ ଖାଆନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ