ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମେ’ ୨୧ରେ ହେବ ନିଟ୍ ପିଜି ପରୀକ୍ଷା : ଘୁଞ୍ଚାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୩।୦୫ : ଘୁଞ୍ଚିବନି ନିଟ୍ ପରୀକ୍ଷା । ମେ ୨୧ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଏବେ ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ କରିବା ନେଇ ଅନୁରୋଧ ଉପରେ ବିଚାର କରାଯାଇଥିଲା । କିନ୍ତୁ ପରୀକ୍ଷା ସ୍ଥଗିତ ରଖି ରୋଗୀଙ୍କ ଚିକିତ୍ସା ପ୍ରଭାବିତ କରିବାକୁ ଦିଆଯାଇ ପାରିବ ନାହିଁ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଡାକ୍ତରଙ୍କ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଚେଷ୍ଟା କରୁଛନ୍ତି । ଅନେକ ଡାକ୍ତର ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପ୍ରାୟ ୨ ଲକ୍ଷ ୬ ହଜାରରୁ ଅଧିକ ଡାକ୍ତର ରେଜିଷ୍ଟ୍ରେସନ୍ କରିଛନ୍ତି । ଯାହା ପୂର୍ବବର୍ଷ ଅପେକ୍ଷା ଢେର ଅଧିକ । ପରୀକ୍ଷାରେ ବିଳମ୍ବ ହେଲେ ସୁପର ସ୍ପେଶିଆଲିଟି ଆଡମିଶନ ମଧ୍ୟ ପ୍ରଭାବିତ ହୋଇପାରେ ।

ପୂର୍ବରୁ କରୋନା ଭାଇରସ ପାଇଁ ଚିନ୍ତା ଥିଲା । ପରୀକ୍ଷା ଉପରେ କରୋନାର ଅଧିକ ପ୍ରଭାବ ପଡିଥିଲା । ଫଳରେ ରୋଗୀସେବା ମଧ୍ୟ ପ୍ରଭାବିତ ହୋଇଥିଲା ବୋଲି ଶୁଣାଣି ବେଲେ କୋର୍ଟ କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି