ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମେ ୧୨ରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବ ଗଭୀର ଅବପାତ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୫ କିଲୋମିଟର୍‌ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରିବା ପରେ ଗଭୀର ଅବପାତ ପାଲଟି ଆଜି ସକାଳ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଏହି ଗଭୀର ଲଘୁଚାପ ପୋର୍ଟବ୍ଲେୟାର୍‌ର ପଶ୍ଚିମ ଦକ୍ଷିଣପଶ୍ଚିରୁ ୫୪୦ କିଲୋମିଟର୍‌ ଦୂର, ବାଂଲାଦେଶର କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମଠାରୁ ୧୪୬୦ କିଲୋମିଟର୍‌ ଦୂର ଏବଂ ମିଆଁମାର୍‌ର ସି‌ତ୍ତ୍ବେର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୩୫୦ କିଲୋମିଟର୍‌ ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିବା କଥା ପାଣିପାଗ ବିଭାଗର ବୁଲେଟିନ୍‌ ନମ୍ବର ୦୩ରେ ଉଲ୍ଲେଖ ଅଛି।

ଏହି ଗଭୀର ଅବପାତ କିଛି ସମୟ ପାଇଁ ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପୁନର୍ବାର ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିକରିବା ପରେ ଆଜି ସନ୍ଧ୍ୟା ବେଳକୁ ବଙ୍ଗୋପସାଗରର ସେହି ଅଞ୍ଚଳରେ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ।

Image Courtesy of The Indian Express

ତା’ପରେ ଏହି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମାଭିମୁଖୀ ହୋଇ କ୍ରମଶଃ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଜଳରାଶିରେ ମେ ୧୧ ତାରିଖ ସକାଳ ବେଳକୁ ଭୀଷଣ ସାମୁଦ୍ରିକ ବାତ୍ୟା ଏବଂ ମେ ୧୨ ତାରିଖ ସକାଳ ବେଳକୁ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଅଛି।

ଏହାପରେ, ଏହି ଭୀଷଣ ସାମୁଦ୍ରିକ ବାତ୍ୟା କ୍ରମଶଃ ମୋଡ଼ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିଶୀଳ ହୋଇ ମେ ୧୩ ତାରିଖ ଆଡ଼କୁ ସାମାନ୍ୟ ଦୁର୍ବଳ ହୋଇ ପଡ଼ିବ। ଏବଂ, ମେ ୧୪ ତାରିଖ ପୂର୍ବାହ୍ନ ବେ‌ଳକୁ ଏହି ବାତ୍ୟା କକ୍ସ୍‌ ବଜାର (ବାଂଲାଦେଶ) ଏବଂ କ୍ୟାୟୁକ୍‌ପ୍ୟୁ (ମିଆଁମାର୍‌) ମଧ୍ୟ ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ବତାସର ବେଗ ରହିବ ୧୧୦ରୁ ୧୨୦ କିଲୋମିଟର୍‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ