ରାଜ୍ୟ ସ୍ପେଶାଲ ରିପୋର୍ଟ

ମେ’ ଶେଷ ସୁଦ୍ଧା ଏଲୋପ୍ୟାଥିକ ଡାକ୍ତରଙ୍କ ତଥ୍ୟ ଅପଲୋଡ ପାଇଁ ନିର୍ଦ୍ଦେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟରେ ଥିବା ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯିବ। ଯେଉଁ ଡାକ୍ତରମାନେ ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯିବ। ନିକଟରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାର କହିଥିଲେ। ଏହି ଭିତ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଏଲୋପ୍ୟାଥିକ ଡାକ୍ତରଙ୍କ ବୈଧ ମେଡିକାଲ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ମେ’ ଶେଷ ସୁଦ୍ଧା ଅପଲୋଡ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଡିଏମ୍‌ଇଟି, ଡିଏଚ୍‌ଏସ୍‌, ଓସିଏମ୍‌ଆରର ରେଜିଷ୍ଟ୍ରାରଙ୍କ ସମେତ ସବୁ ସିଡିଏମ୍‌ଓମାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପତ୍ର ଲେଖିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଚଳିତମାସ ୧୧ତାରିଖରେ ସମସ୍ତ ଏଲୋପ୍ୟାଥିକ ଡାକ୍ତର ନିଜସ୍ବ ଦସ୍ତଖତ ସମ୍ବଳିତ ବୈଧ ମେଡିକାଲ ରେଜିଷ୍ଟ୍ରସନ୍‌ ସାର୍ଟିଫିକେଟ୍ ସହ ଡିଗ୍ରି,ପିଜି,ସୁପର ସ୍ପେଶାଲିଷ୍ଟ ସାର୍ଟିଫିକେଟ୍‌ ପାଇଁ ଛାପା ଗଣମାଧ୍ୟମରେ ନୋଟିସ୍ ଜାରି ହୋଇଥିଲା। ମାର୍ଚ୍ଚ ୧୦ ତାରିଖସୁଦ୍ଧା ସେମାନେ କର୍ତୃପକ୍ଷଙ୍କ ନିକଟରେ ନିଜର ସାର୍ଟିଫିକେଟ୍ ଦାଖଲ କରିବେ। ଯେଉଁମାନେ ସାର୍ଟିଫିକେଟ୍ ଦାଖଲ କଲେନାହିଁ ଓ ଦାଖଲ କରିଥିବା ଡାକ୍ତରଙ୍କୁ ମିଶାଇ ଏକ ରିପୋର୍ଟ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ସିଡିଏମ୍‌ଓମାନେ ପ୍ରଦାନ କରିବେ। ଏହାସହ ସନ୍ଦିଗ୍ଧ ମାମଲାଗୁଡ଼ିକର ଓସିଏମ୍‌ଆର(ଓଡ଼ିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ୍‌)କୁ ଯାଞ୍ଚ ପାଇଁ ପ୍ରଦାନ କରାଯିବ। ସମସ୍ତ ସରକାରୀ,ବେସରକାରୀ,ଘରୋଇ ନର୍ସିଂହୋମ,କ୍ଲିନିକ,୩୦ଶଯ୍ୟାରୁ ଅଧିକ ହସ୍ପିଟାଲରେ କାର୍ଯ୍ୟରତ ଏଲୋପ୍ୟାଥିକ ଡାକ୍ତର ଡିଏମ୍‌ଇଟିଙ୍କ ନିକଟରେ ସାର୍ଟିଫିକେଟ୍‌ ଦାଖଲ କରିବେ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଡିଏମ୍‌ଇଟି ଏ ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି‌ବାକୁ କୁହାଯାଇଛି। ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ପ୍ରାପ୍ତ ସୂଚନାକୁ ଭିତ୍ତିକରି ମେ’ ୭ତାରିଖ ସୁଦ୍ଧା ସନ୍ଦିଗ୍ଧ ସାର୍ଟିଫିକେଟ୍‌ଗୁଡ଼ିକର ଏକ ରିପୋର୍ଟ ଓସିଏମ୍‌ଆର ପ୍ରସ୍ତୁତ କରିବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ସ୍ବାସ୍ଥ୍ୟସେବା ନିର୍ଦେଶକ, ଡିଏମ୍‌ଇଟି ଓ ଓସିଏମ୍‌ଆରଙ୍କୁ ନେଇ ଗଠିତ ହୋଇଥିବା କମିଟି ଦାଖଲ ହୋଇଥିବା ରିପୋର୍ଟର ଅନୁଶୀଳନ କରିବେ। ମେ’ମାସ ୩୧ତାରିଖ ସୁଦ୍ଧା ସଂପୂର୍ଣ୍ଣ ତାଲିକା ସ୍ବାସ୍ଥ୍ୟସେବା ନିର୍ଦେଶକ, ଡିଏମ୍‌ଇଟିଙ୍କ ୱେବସାଇଟ୍‌ରେ ପ୍ରକାଶିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।