ରାଜ୍ୟ ସ୍ପେଶାଲ ରିପୋର୍ଟ

ମେୟର୍‌, କର୍ପୋରେଟର୍‌ଙ୍କଠାରୁ କଟକ କଥା ବୁଝିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଟକ ପୌର ନିଗମ ପକ୍ଷରୁ ସ୍ବାଗତ କରାଯାଇଛି। ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସମେତ ସମସ୍ତ କର୍ପୋରେଟର ଓଡ଼ିଶା ହାଇକୋର୍ଟ ପରିସରରେ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ଏହି ସମୟରେ ରାଜ୍ୟ ଓ କଟକ ସହର ବିଷୟରେ ରାଷ୍ଟ୍ରପତି କର୍ପୋରେଟର ମାନଙ୍କ ଠାରୁ ପଚାରି ବୁଝିଥିଲେ।

ରା‌ଷ୍ଟ୍ରପତି କଟକ ଆସିଥିବାରୁ ମେୟର ଶ୍ରୀ ସିଂହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ ସଫଳ କରିବା ଦିଗରେ ସମସ୍ତ କେର୍ପୋରେଟର, ପ୍ରଶାସନିକ ଅଧିକାରୀ, ନିଗମର ଅଧିକାରୀଙ୍କ ଉଦ୍ୟମ ପାଇଁ ମେୟର ସମସ୍ତଙ୍କୁ ଧନ୍ୟବାନ ଜଣାଇ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।