ନୂଆଦିଲ୍ଲୀ, ୧୧/୦୬: ଯୁବରାଜ ସିଂ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର । ସେ ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ବିଶ୍ୱକପ୍ ଟିମରେ ଦଳର ସଦସ୍ୟ ରହିଥିଲେ । ଏହି ବାମହାତୀ ବ୍ୟାଟସମ୍ୟାନ୍ ଉଭୟ ଟୁର୍ଣ୍ଣାମେଣ୍ଟରେ ଦମଦାର୍ ପ୍ରଦର୍ଶନ କରିଥିଲେ । ୨୦୧୯ ମସିହା ଜୁନ ୧୦ ତାରିଖରେ ଯୁବରାଜ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ଘୋଷଣା କରିଥିଲେ । ଏବେ ସେ ନିଜ କ୍ୟାରିଅର ସହ ଜଡିତ ଅନେକ ଗୁମର ଖୋଲିଛନ୍ତି ।
ଯୁବି ୨୨ ୟାର୍ଡସ୍ ଓ୍ୱିଥ୍ ଗୌରବ୍ କୁମାର ସୋରେ କହିଛନ୍ତି ଯେ, ଭାରତ ୨୦୦୭ ଦିନିକିଆ ବିଶ୍ୱକପରୁ ବାଦ୍ ପଡିଥିଲା । ଏହାପରେ ଦଳ ଦକ୍ଷିଣ ଆଫ୍ରିକା ଓ ଆୟାର୍ଲାଣ୍ଡ ଗସ୍ତ କରିଥିଲା । ଏପରି ଭାବେ ୪ ମାସ ବିଦେଶରେ ରହିବାକୁ ପଡିଥିଲା । ଟି୨୦ ବିଶ୍ୱକପ ପୂର୍ବରୁ ସିନିଅର ଖେଳାଳିଙ୍କୁ ବ୍ରେକ୍ ଦିଆଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ଅଧିନାୟକ ହେବେ ବୋଲି ଆଶା କରିଥିଲେ । କିନ୍ତୁ ପରେ ମହେନ୍ଦ୍ର ସିଂ ଧୋନୀ ଭାରତର ଅଧିନାୟକ ହେବେ ବୋଲି ଘୋଷଣା କରାଯାଇଥିଲା ।
୨୦୦୭ ଟି୨୦ ବିଶ୍ୱକପରେ ୬ ବଲରୁ ୬ ଛକ୍କା ନେଇ ସେ କହିଛନ୍ତି ଯେ, ପଡିଆରେ ତାଙ୍କୁ ଆଣ୍ଡ୍ର୍ୟୁ ଫ୍ଲିଣ୍ଟପ୍ ଧମକ ଦେଇଥିଲେ । ପାଖକୁ ଆସିଲେ ତୁମ ବେକ ଭାଙ୍ଗିଦେବେ ବୋଲି ଫ୍ରିଣ୍ଟପ କହିଥିଲେ । ଏହାପରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ୬ ବଲରୁ ୬ ବିଶାଳ ଛକା ଲଗାଇଥିଲେ ।
ଅନେକ ସମୟରେ ଧୋନୀଙ୍କ ସହ ତାଙ୍କର ମତଭେଦ ଥିବା ଚର୍ଚ୍ଚା ହୁଏ । କିନ୍ତୁ ଯିବି ମତଭେଦକୁ ଖଣ୍ଡନ କରିଛନ୍ତ। ଯ ମାହିଙ୍କ ସହ କୌଣସି ତିକ୍ତତା ନଥିଲା । ସେ ଯେବେ ୬ ଛକା ଲଗାଇଥିଲେ ଧୋନୀ ଖୁବ୍ ଖୁସି ଥିଲେ । ସବୁ ଅଧିନାୟକଙ୍କୁ ପଡିଆରେ ସହଯୋଗ କରିଥିବା ଯୁବି କହିଛନ୍ତି ।