ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋହାଲି ବିସ୍ଫୋରଣ ପରେ ପଞ୍ଜାବରେ ହାଇଆଲର୍ଟ: ହିମାଚଳରେ ବି ଆକ୍ରମଣ ପାଇଁ ଖଲିସ୍ତାନୀ ସଂଗଠନର ଧମକ

ମୋହାଲି: ପଞ୍ଜାବର ମୋହାଲି ସ୍ଥିତ ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପୂରା ପଂଜାବରେ ହାଇଆଲର୍ଟ ଜାରି ହୋଇଛି । ଗତକାଲି ହୋଇଥିବା ରକେଟ୍‌ ଲଞ୍ଚର୍‌ ଆକ୍ରମଣରେ ଟିଏନ୍‌ଟି ( ଟ୍ରାଇନାଇଟ୍ରୋଟୋଲିନ୍‌) ବିସ୍ଫୋରକ ବ୍ୟବହାର ହୋଇଥିବା ସ୍ପଷ୍ଟ ହୋଇଯିବା ପରେ ମାମଲାକୁ‌ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଏକ ଟିମ୍‌ ତଦନ୍ତ ପାଇଁ ଆଜି ଅପରାହ୍ନରେ ମୋହାଲି ଗୁଇନ୍ଦା ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଖଲିସ୍ତାନୀ ସମର୍ଥକ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଆତଙ୍କବାଦୀଙ୍କୁ ଅସ୍ତ୍ର ଓ ଅନ୍ୟ ସହାୟତା ଯୋଗାଣ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରଥମେ ଏହା ଏକ ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି କହୁଥିବା ପଞ୍ଜାବ ପୁଲିସ ଆଜି ମତ ବଦଳାଇ ଦେଇଛି । ଗୁଇନ୍ଦା ମୁଖ୍ୟାଳୟ ବାହାରୁ ରକେଟ୍‌ ଲଞ୍ଚର୍‌ରେ ଏହି ଆକ୍ରମଣ ହୋଇଥିଲା ଏବଂ ଏଥିରେ ଦୁଇ ଜଣ ଆତଙ୍କବାଦୀ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ସକାଳେ ରାଜ୍ୟ ପୁଲିସ ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି।

୪ ଦିନ ପୂର୍ବରୁ ପଞ୍ଜାବ ପୁଲିସର ଗୁପ୍ତ ସୂଚନା ଆଧାରରେ ହରିୟାଣାର କର୍ନାଲରୁ ପାକିସ୍ତାନ ସମର୍ଥିତ ୪ ଜଣ ଆତଙ୍କବାଦୀ ଗିରଫ ହୋଇଥିଲେ। ମେ ୫ ତାରିଖରେ ଏହି ଆତଙ୍କବାଦୀମାନେ ଗିରଫ ହେବାପରେ ସେମାନଙ୍କଠାରୁ ବିସ୍ଫୋରକ ଯୋଗାଣ ସଂପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା। ମୋହାଲି ଆକ୍ରମଣକୁ ନେଇ ତନାଘନା ଜାରି ରହିଥିବା ବେଳେ ଆଜି ‘ଶିଖ୍‌ ଫର୍‌ ଜଷ୍ଟିସ୍‌’ ସଂଗଠନର ମୁଖ୍ୟ ଗୁର୍‌ପତୱନ୍ତ ସିଂହ ପନ୍ନୁ ଏଭଳି ଆକ୍ରମଣ ହିମାଚଳ ପ୍ରଦେଶରେ ମଧ୍ୟ କରାଯିବ ବୋଲି ଧମକ ଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ହିମାଚଳ ସରକାର ମାମଲା ରୁଜୁ କରିବା ସହ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ