ଅପରାଧ ରାଜ୍ୟ

ମୋବାଇଲ କିଣିବା ପାଇଁ ଟଙ୍କା ମାଗିଲା ପୁଅ, ମାଆ ନଦେବାରୁ କୀଟନାଶକ ପିଇ ହାରିଦେଲା ଜୀବନ

ପାଟଣା ୨୫।୦୮: ମୋବାଇଲ କିଣିବା ପାଇଁ ଟଙ୍କା ଦେଲାନି ମାଆ । ଯାହାଫଳରେ କୀଟନାଶକ ପିଇ ଜୀବନ ହାରିଲା ପୁଅ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମହୁଲଡ଼ିହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ସେହି ଗାଁରେ ବିଶ୍ଵାମିତ୍ର ନାଏକ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମହୁଲଡ଼ିହା ଗାଁର ବିଶ୍ଵାମିତ୍ର ନାଏକ ମୋବାଇଲ କିଣିବା ପାଇଁ ମାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ମା ଟଙ୍କା ନଦେବାରୁ ବିଶ୍ଵାମିତ୍ର କୀଟନାଶକ ପିଇ ଦେଇଥିଲେ। ଘର ଲୋକ ଏହା ଜାଣିବା ପରେ ତୁରନ୍ତ ବିଶ୍ୱାମିତ୍ରଙ୍କୁ ଗୁରୁତର ଅବସ୍ଥାରେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ବିଶ୍ଵାମିତ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।