ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଳାରେ ରାଜନୀତି! ହରିଶଙ୍କରର ବିକାଶ ହେବ ତ?

ବଲାଙ୍ଗୀର : ପ୍ରସିଦ୍ଧ ତୀର୍ଥପୀଠ ହରିଶଙ୍କରଠାରେ ଚାଲିଛି ହରିଶଙ୍କର ମହୋତ୍ସବ। ପ୍ରତିଦିନ ବିଭିନ୍ନ ପଦାଧିକାରୀ ଓ ଜନପ୍ରତିନିଧି ମହୋତ୍ସବରେ ଯୋଗଦେଉଛନ୍ତି। ହେଲେ ହରିଶଙ୍କର ମେଳାରେ ଯୋଗଦେଉଥିବା ନେତା ରାଜନୈତିକ ଭାଷଣବାଜି କରିବାକୁ ଭୁଲୁ ନାହାନ୍ତି। ହରିଶଙ୍କରର ବିକାଶ ପ୍ରସଙ୍ଗରେ ଜନପ୍ରତିନିଧିମାନଙ୍କ ମୁହଁରେ ବଡ଼ବଡ଼ ପ୍ରତିଶ୍ରୁତି ଓ ଘୋଷଣା ଶୁଣିବାକୁ ମିଳିଛି।

ମହୋତ୍ସବର ଚତୁର୍ଥ ଦିନରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଚତୁର୍ଥ ଦିନ ବିଭିନ୍ନ ଅତିଥିଙ୍କ ଭିତରେ ଆକର୍ଷଣ ସାଜିଥିଲେ ଦୁଇ ସାଂସଦ। ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ। ଉଭୟ ବକ୍ତବ୍ୟରେ ହରିଶଙ୍କର ମନ୍ଦିରର ବିକାଶ ହେବ। ଏହାର ସୌନ୍ଦର୍ଯ୍ୟୀକରଣ ହେବା ସହ ଗମନାଗମନ ସବୁରେ ସୁବିଧା ହେବ ବୋଲି କହିଥିଲେ।

ସାଂସଦ ସଂଗୀତା ସିଂହଦେଓ କହିଥିଲେ, କେନ୍ଦ୍ର ସରକାର ହରିଶଙ୍କର ମନ୍ଦିର ପାଇଁ ୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଟଙ୍କା ଆସିସାରିଛି। ଆଗକୁ କାମ ଚାଲିଲେ ଆଉ ଯାହା ଟଙ୍କା ଦରକାର କେନ୍ଦ୍ର ସରକାରଙ୍କୁ ପୁଣି ଅନୁରୋଧ କରି ମଗାଯିବ ବୋଲି କହିଥିଲେ। ସେହିପରି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଉ ଏକ ପାଦ ଆଗକୁ ଯାଇ କହିଥିଲେ, ହରିଶଙ୍କର ମନ୍ଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୨୬ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହାସହ ଗନ୍ଧମାର୍ଦ୍ଦନର ୧୮ହଜାର ୯୬୪ ହେକ୍ଟର ଜମିକୁ ରିଜର୍ଭ ଫରେଷ୍ଟ ଘୋଷଣା କରାଯାଇଛି। ହେରିଟେଜ ସାଇଟ ବୋଲି ଘୋଷଣା ହୋଇସାରିଛି। ଏଣୁ ଗନ୍ଧମାର୍ଦ୍ଦନର ଆଗାମୀ ଦିନରେ ଆଉ କେହି ଖନନ କିଛି କରିପାରିବେ ନାହିଁ। ରହିଥିବା ମୂଲ୍ୟବାନ ଔଷଧୀୟ ବୃକ୍ଷରୁ ସାରା ଦେଶବାସୀ ଲାଭାନ୍ୱିତ ହେବେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଟଙ୍କାରେ ହରିଶଙ୍କର ମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବ, ଭିତ୍ତିଭୂମିର ବିକାଶ ହେବ ବୋଲି ସେ କହିଥିଲେ। ଉଭୟ ସାଂସଦଙ୍କ ଏହି ବକ୍ତବ୍ୟକୁ ନେଇ ମଂଚ ତଳେ ମେଳାରେ ରାଜନୀତି ବୋଲି ଚର୍ଚ୍ଚା ଚାଲିଥିଲା। କାରଣ ବିଗତ ଦିନରେ ହରିଶଙ୍କର ମନ୍ଦିର ଅବହେଳାର ଶିକାର ହୋଇଆସିଛି। ଆଜି ବି ମନ୍ଦିରରେ ଅନେକ ସମସ୍ୟା ରହିଛି। ଏହାସହ ବିଗତ ବର୍ଷରେ ବି ନେତାଏ ହରିଶଙ୍କରକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ। କେତେବେଳେ ରୋପ୍‌ୱେ କଥା ଉଠୁଥିଲା ତ ଆଉ କେତେବେଳେ ଅନ୍ୟ କିଛି ବିକାଶ ପ୍ରସଙ୍ଗକୁ ନେଇ ଘୋଷଣାମାନ ହୋଇଥିଲା। କିନ୍ତୁ ହରିଶଙ୍କରର ବିକାଶ ସେମିତି ହୋଇପାରିନି। ଏଣୁ ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି ଏସବୁ ଘୋଷଣା ନା ପ୍ରକୃତରେ ହରିଶଙ୍କର ବିକାଶ ହେବ ବୋଲି ସାଧାରଣରେ ଚର୍ଚ୍ଚା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।