ଖେଳ ଦେଶ ବିଦେଶ

ମେଲ୍‌ବର୍ଣ୍ଣ ଟେଷ୍ଟ ପାଇଁ ଦଳ ଘୋଷଣା କଲା ଇଣ୍ଡିଆ ; ଜାଡେଜା ଇନ୍‌, ଡେବ୍ୟୁ କରିବେ ସିରାଜ ଓ ଶୁଭମନ୍‌ ଗିଲ୍‌

ମୁମ୍ବାଇ ୨୫।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟର ସିରିଜର ୨ୟ ମ୍ୟାଚ୍‌ ପାଇଁ ଟିମ୍‌ ଘୋଷଣା କରିଛି ବିସିସିଆଇ । ୨ୟ ମ୍ୟାଚ୍‌ଟି ଆସନ୍ତାକାଲି ମାନେ ୨୬ ତାରିଖରୁ ମେଲବର୍ଣ୍ଣରେ ଖେଳାଯିବାକୁ ଅଛି । ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟିମ୍‌ ନିଜର ପ୍ଲେଇଙ୍ଗ ଇଲେଭନ୍‌ ଘୋଷଣା କରିଛି । ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଆଜିଙ୍କ୍ୟ ରାହେଣଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍‌ ଗିଲ୍‌ ଆସନ୍ତାକାଲିର ମ୍ୟାଚ୍‌ରେ ଖେଳିବାକୁ ଯାଉଛନ୍ତି । ଯାହାକି ଶୁଭମନ ଗିଲ୍‌ଙ୍କ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ ହେବ । ଶୁଭମନ୍ ଗିଲ୍‌ଙ୍କୁ ପୃଥୀ ସଙ୍କ ନାମରେ ଟିମ୍‌ରେ ସାମିଲ କରାଯାଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କି ବ୍ୟାଟସମ୍ୟାନ୍‌ କେଏଲ୍‌ ରାହୁଲ ଭଲ ଫର୍ମରେ ଥାଇ ମଧ୍ୟ ମେଲବର୍ଣ୍ଣ ଟେଷ୍ଟରୁ ଚୟନ କରାଯାଇନାହିଁ । କେଏଲ୍‌ ରାହୁଲ ବିରାଟଙ୍କ ଅନୁପସ୍ଥିତିରେ ସବୁଠାରୁ ଭଲ ବ୍ୟାଟସମ୍ୟାନ୍‌ ଥିଲେ ।

ମେଲବର୍ଣ୍ଣ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଫ୍ଲେଇଙ୍ଗ ଇଲେଭନ୍‌ରେ ୪ଟି ପରିବର୍ତ୍ତନ କରାଯାଇଛି । ପୃଥୀ ସଙ୍କ ସ୍ଥାନରେ ଶୁଭମନ ଗିଲ୍‌ ମୟଙ୍କ ଅଗ୍ରଓ୍ୱାଲଙ୍କ ସହିତ ଓପନ କରିବେ । ଓ୍ୱିକେଟ୍‌ ରକ୍ଷକ ରିଦ୍ଧିମନ ଶାହଙ୍କ ସ୍ଥାନରେ ରିଷଭ ପନ୍ଥଙ୍କ ଚୟନ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳି ଟିମ୍‌ରେ ଚୟନ କରାଯାଇଛି …

ଭାରତୀୟ ଟିମ୍‌- ଆଜିଙ୍କ୍ୟ ରାହେଣେ (ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ୍‌, ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ଥ(ଓ୍ୱିକେଟ୍‌ ରକ୍ଷକ) , ରବିନ୍ଦର ଜାଡେଜା, ଆର୍‌. ଅଶ୍ୱିନୀ, ଉମେଶ ଯାଦବ, ଜସପ୍ରିତ ବୁମ୍‌ରାହ, ମହମ୍ମଦ ସିରାଜ୍‌ ।

ସେପଟେ ଆହତ ଜନିତ କାରଣରୁ ମହମ୍ମଦ ସାମୀ ଚିମ୍‌ରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିବେ । ବିରାଟ କୋହଲିଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଟିମ୍‌ରେ ସ୍ଥାନ ପାଇଛନ୍ତି । ଟିମ୍‌ର ନିୟମିତ ଉପ-ଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ