ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଲାଣି ନେଲା ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ: ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ରୋମାଣ୍ଟିକ ସଂଗୀତ। ଏଥିସହିତ ଓଡିଶୀ ସଂକୀର୍ତ୍ତନ, ଉଦ୍ୟମାନ କଳା ପରିଷଦ ଡାନ୍ସ ଗ୍ରୁପର ନୃତ୍ୟ ଆଦି ମଧ୍ୟ ଦର୍ଶକଙ୍କୁ ବେଶ୍ ଝୁମାଇଥିଲା। ବାଲିଯାତ୍ରାରେ ଲୋକପ୍ରିୟ କଳାକାରଙ୍କ ନୃତ୍ୟ ଓ ସଂଗୀତ ସାଙ୍ଗକୁ ୯୦୦ ଷ୍ଟଲ ଓ ୨୨୦ଟି ଉଠା ଦୋକାନରୁ ବିକାକିଣା କରି, ଦୋଳି ଖେଳ ଆଦିର ମଜାନେଇ ୨୦୨୩ର ଭୁବନେଶ୍ବର ବାଲିଯାତ୍ରାକୁ ମେଲାଣି ଦେଇ ଫେରିଛନ୍ତି ଦର୍ଶକ।

ଶେଷ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତ, ଅନୁପ ଖୁଣ୍ଟିଆ, ଓଡ଼ିଶା ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର, ଅଶୋକ ପାତ୍ର, ଯଶବନ୍ତ ଓଝା, ଜୀବନ କୁମାର ବଡୁ, ତପନ କୁମାର ବଳିଆର ସିଂହ, ସନ୍ତୋଷ ନାଥ ପ୍ରମୁଖ ଯୋଗ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।