ଦେଶ ବିଦେଶ ମନୋରଞ୍ଜନ

ମେ’ରେ ରିଲିଜ୍‌ ହେବ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ଼’, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ…

ମୁମ୍ବାଇ ୦୧।୦୩ : ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରଣାୱତ । ତାଙ୍କ ଅଭିନୟକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ଥାଏ । କିନ୍ତୁ ଏବେ ଫିଲ୍ମ ଧାକଡ଼କୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ ଏପ୍ରିଲରେ ରିଲିଜ୍ ହେବ । ହେଲେ ଏବେ ଏହାର ନୂଆ ରିଲିଜ ଡେଟ ସାମ୍ନାକୁ ଆସିଛି ।

ଏହାକୁ କଙ୍ଗନା ନିଜେ ତାଙ୍କ ଫିଲ୍ମର ନୂଆ ରିଲିଜ ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । କଙ୍ଗନା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ସେୟାର କରି କହିଛନ୍ତି ‘ଧାକଡ଼’ ମେ’ ୨୭ରେ ଥିଏଟରରେ ରିଲିଜ୍ ହେବ । କେବଳ ଏତିକି ନୁହେଁ ଏହା ହିନ୍ଦି, ତାମିଲ, ତେଲଗୁ ଓ ମାଲୟାଲମ ଭାଷାରେ ରିଲିଜ୍ ହେବ । ଏଥିରେ କଙ୍ଗନାଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ କଙ୍ଗନା ଏଥରେ ଜଣେ ଏଜେଣ୍ଟ ଚରିତ୍ରରେ ନଜର ଆସିବେ । ଦେଖିବାକୁ ବାକି ରହିଲା ଏହା ବକ୍ସ ଅପିସ୍‌ରେ ଧମାଲ୍‌ କରୁଛି କି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ