ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ମେଥି ଶାଗରେ ଅଛି ଏହି ସବୁ ଉପକାରୀ ଗୁଣ, ଦୂରେଇ ଯିବ ଅନେକ ପ୍ରକାରର ରୋଗ

ପ୍ରତ୍ୟେକ ପରିବାରର ରୋଷେଇ ଘରେ ମେଥି ନିଶ୍ଚୟ ରହିଥାଏ। କେବଳ ରୋଷଇ ଘରେ କାହିଁକି, ଠାକୁର ଘରେ ବି ରହିଥାଏ। ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ। ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇବା ଦ୍ୱାରା ମଧ୍ୟ ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ।

ବିଶେଷ କରି ଏହି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ। ଗ୍ୟାସ୍‌ଷ୍ଟ୍ରିକ୍‌ରୁ ନେଇ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣାକୁ ମେଥି ଶାଗ ଖାଇ ଦୂରେଇ ଦେଇ ହୁଏ।

ଏହା କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖେ। ତେଣୁ, ଆପଣ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍‌ କରାଇପାରନ୍ତି। ଏହାକୁ ଖାଇବା ଦ୍ବାରା କେବଳ ଗ୍ୟାସ୍‌ଷ୍ଟ୍ରିକ୍‌ କି କୋଲେଷ୍ଟ୍ରଲ୍‌ ନୁହେଁ ଆହୁରି ଅନେକ ସମସ୍ୟାକୁ ଦୂରେଇ ଦେଇ ହବ।

ମେଥି ଶାଗ ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖି ଥାଏ। ଏହା ଏକ ଆଣ୍ଟି-ବାୟୋଟିକ୍‌ ଉପାଦାନ ପରି କାମ କରିଥାଏ। ଏହି ଶାଗ ବିଶେଷ କରି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ। ସେମାନେ ଏହାକୁ ନିୟମିତ ଖାଇବା ଉଚିତ।

ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍‌ ଭଲ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ।

ଆପଣ ମେଥି ଶାଗରେ ପରଟା ବି କରି ଖାଇପାରନ୍ତି। ଏହି ପରଟା ଖାଇବାକୁ ଯେତେ ସୁଆଦ ଲାଗେ ଦେହ ପାଇଁ ଆହୁରି ବେଶି ଭଲ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ