ଚୁରୁ : ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ମେଣ୍ଢାକୁ କୋଟିଏ ଟଙ୍କାରେ ବିକ୍ରି କରିବାକୁ ବି ତା’ର ମାଲିକ ଅଗ୍ରାହ୍ୟ କରିଦେଇଥିବା ଜଣାପଡ଼ିଛି। ମେଣ୍ଢାର ପେଟରେ ଉର୍ଦ୍ଦୁରେ ‘୭୮୬’ ସଂଖ୍ୟା ଲେଖା ଅଛି, ଯାହାକୁ ମୁସଲମାନମାନେ ପବିତ୍ର ବା ଶୁଭସଂଖ୍ୟା ବୋଲି ମାନିଥାନ୍ତି। ଏହାର ମାଲିକ ରାଜୁ ସିଂହ ଏହି ସଂଖ୍ୟାର ଅର୍ଥ କିଛି ବୁଝନ୍ତି ନାହିଁ। ସ୍ଥାନୀୟ ମୁସଲମାନଙ୍କୁ ପଚାରିବାରୁ ସେମାନେ କହିଲେ ଯେ ମେଣ୍ଢା ପେଟରେ ‘୭୮୬’ ଲେଖା ଥିବା ପରି ଦେଖାଯାଉଛି। ଇସଲାମରେ ଏହାକୁ ଶୁଭ ସଂଖ୍ୟା ଏବଂ ଏହାଦ୍ବାରା ଆଲ୍ଲାଙ୍କ ଆଶୀର୍ବାଦ ମିଳେ ବୋଲି ବିଶ୍ବାସ କରାଯାଏ।
ଏହି ମେଣ୍ଢାକୁ କିଣିବା ପାଇଁ ୭୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ମିଳିଥିଲେ ମଧ୍ୟ ମେଣ୍ଢାଟି ତାଙ୍କର ଅତି ପ୍ରିୟ ହୋଇଥିବାରୁ ଏହାକୁ ସେ ବିକ୍ରି କରିବାକୁ ମନା କରିଦେଇଥିବା ପ୍ରକାଶ କରିଛନ୍ତି। ସିଂହ ବର୍ତ୍ତମାନ ଏହି ଦାମୀ ମେଣ୍ଢାକୁ ଗୋଠରୁ ଅଲଗା ରଖୁଛନ୍ତି। ତାକୁ ଡାଳିମ୍ବ, ଅମୃତଭଣ୍ଡା, ମାଣ୍ଡିଆ ଓ ସବୁଜ ପରିବା ପରି ସ୍ବତନ୍ତ୍ର ଖାଦ୍ୟ ଖାଇବାକୁ ଦେଉଛନ୍ତି। ଦାମ୍ ବଢ଼ିଯାଇଥିବାରୁ ମେଣ୍ଢାର ସୁରକ୍ଷା ପାଇଁ ମଧ୍ୟ ସିଂହ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ତାକୁ ନିଜ ଘର ଭିତରେ ରଖୁଛନ୍ତି।