ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଣ୍ଟ ଚର୍ଚ୍ଚା ଥମିନି, ଅଣ୍ଟା ଭିଡ଼ିଲେ ଆଶ୍ରିତ

ପିପିଲି: ଗୋଟିଏପଟେ ମେଣ୍ଟ ଚର୍ଚ୍ଚା ଥମି ନଥିବା ବେଳେ ପିପିଲିରେ ବିଜେପି ଆଜି ନିଜ କର୍ମୀମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛି। ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ଆଜି ହାଟସାହି ପଞ୍ଚାୟତ ବାଜପୋଇଛକ ନିକଟରେ ଦଳ ପକ୍ଷରୁ ଏକ ସମାବେଶ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୪ହଜାର କର୍ମୀ ଯୋଗଦେଇଥିଲେ। ଏହି ସମାବେଶରେ ମେଣ୍ଟ ନହେଲେ ଦଳ ଲଢ଼ିବାକୁ ପ୍ରସ୍ତୁତ ବୋଲି ଏକ ବାର୍ତ୍ତା ଦିଆଯାଇଥିଲା। ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଯୋଗଦେଇ ଆସନ୍ତା ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ହିଁ ବିଧାୟକ ପ୍ରାର୍ଥୀ ହେବେ ବୋଲି ପରୋକ୍ଷରେ ସ୍ପଷ୍ଟ କରିଥିଲେ। ଏଥିସହିତ, ପିପିଲିରେ ବିଜେପି ବିଜୟୀ ହେବବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ବିଜେପି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ଅଜୟ ପ୍ରଧାନ, ଉମାକାନ୍ତ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ପିପିଲି ବିଧାନସଭା ପ୍ରଭାରୀ ଅଭୟନାଥ ଯୋଗଦେଇଥିଲେ। ସଂଯୋଜକ ଗଙ୍ଗାଧର ବରାଳ ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ଭଟ୍ଟ, ସରପଞ୍ଚ ବିଭୂତି ଭୂଷଣ ନାଥ, ସମିତିସଭ୍ୟ ଗଦାଧର ପରିଡ଼ା, ବିଜେପି ନେତା ସୁବୋଧ ମହାନ୍ତି, ଅଭୟ ସାମନ୍ତରାୟ, ସୁଧୀର ବିଶ୍ବାଳ, ଶ୍ବେତ ନାୟକ, ପ୍ରଦୀପ ସାହୁ, ପ୍ରଦୀପ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଡେଲାଙ୍ଗ ବେରବୋଇ ସରପଞ୍ଚ ମଳୟ କୁମାର ସେଠୀ ଓ କୋଠବାଡ଼ ପଞ୍ଚାୟତର ନେତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର, ୱାର୍ଡସଭ୍ୟ ଶଶିକାନ୍ତ ଜେନା ବିଜେପିରେ ସାମିଲ୍‌ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।