ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମେଡିକାଲ ବିସ୍ମୟ: ୩ ଜଣଙ୍କ ଡିଏନ୍‌ଏରେ ଜନ୍ମ ନେଲା ଶିଶୁ

ନୂଆଦିଲ୍ଲୀ: ମେଡିକାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ବିସ୍ମୟକର ସଫଳତା ମିଳିଛି। ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍‌) ପ୍ରକ୍ରିୟାରେ ହେଉଥିବା ଶିଶୁ ଜନ୍ମ କ୍ଷେତ୍ରରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ୩ ଜଣ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ଡିଏନ୍‌ଏରୁ ଜଣେ ଶିଶୁ ବ୍ରିଟେନରେ ଜନ୍ମ ହୋଇଛନ୍ତି। ଶିଶୁଙ୍କଠାରେ ଉତ୍ତରାଧିକାର ସୂତ୍ରରେ ଦେଖାଦେଉଥିବା ମାଇଟୋକଣ୍ଡ୍ରିଆ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ଏଭଳି ଶିଶୁ ଜନ୍ମର ଉଦ୍ଦେଶ୍ୟ। ଜନ୍ମ ହୋଇଥିବା ଶିଶୁ ନିକଟକୁ ଅଧିକାଂଶ ଡିଏନ୍‌ଏ ତା’ର ବାପା ଓ ମା’ ଠାରୁ ଅଣାଯାଇଥିଲା।

କିନ୍ତୁ ୦.୧ ପ୍ରତିଶତ ଡିଏନଏ ଅନ୍ୟଜଣେ ମହିଳା ଦାତାଙ୍କଠାରୁ ଅଣାଯାଇଥିଲା। ଶିଶୁର ଗୋପନୀୟତା ରକ୍ଷା ଉଦ୍ଦେଶ୍ୟରେ ବ୍ରିଟେନର ପ୍ରଜନନ ନିୟାମକ ସଂସ୍ଥା ଏ ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ପ୍ରକାଶ କରିନାହିଁ। ମାଇଟୋକଣ୍ଡ୍ରିଆଲ ଡୋନେସନ ଟ୍ରିଟମେଣ୍ଟ ‌(ଏମଡିଟି) କ୍ଷେତ୍ରରେ ଅଗ୍ରଗତି ଘଟିବା ପରେ ବ୍ରିଟେନର ସଂସଦ ୨୦୧୫ ମସିହାରେ ଆଇନରେ ପରିବର୍ତ୍ତନ ଆଣିଥିଲା। ଏହାପରେ ବ୍ରିଟେନର ନ୍ୟୁକାସେଲ ଫର୍ଟିଲିଟି ସେଣ୍ଟରରେ ଉକ୍ତ ନୂଆ ଚିକିତ୍ସା ହୋଇଛି।

ମାଇଟୋକଣ୍ଡ୍ରିଆ ଡୋନର୍‌ ଚିକିତ୍ସା କ’ଣ?

କୋଷର ଶକ୍ତିକେନ୍ଦ୍ର ଭାବେ ମାଇଟୋକଣ୍ଡ୍ରିଆ ଜଣାଶୁଣା। କୋଷର ଶକ୍ତି ଯୋଗାଣ ପାଇଁ କୋଷ ଦାୟୀ ରହିଥାଏ। କୋଷରୁ ଏହି ଶକ୍ତି ସାରା ଶରୀରକୁ ଯାଇଥାଏ। ଶରୀର କାର୍ଯ୍ୟ କରିବା ପାଇଁ ମାଇଟୋକଣ୍ଡ୍ରିଆ ଠିକ୍ ଭାବେ କାର୍ଯ୍ୟ କରିବା ଉଚିତ। କିନ୍ତୁ କେତେକ କ୍ଷେତ୍ରରେ ଜିନ୍‌ରେ ଅସ୍ବାଭାବିକତା ପାଇଁ ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟା ଦେଖାଦେଇଥାଏ। ଏପ୍ରକାର ସମସ୍ୟା ମାଇଟକଣ୍ଡ୍ରିଆ ରୋଗ ଭାବେ ପରିଚିତ। ମାଇଟାକଣ୍ଡ୍ରିଆ ସଂପର୍କିତ ରୋଗ କେବଳ ମା’ମାନଙ୍କ ଜରିଆରେ ପିଲାଙ୍କ ନିକଟକୁ ଯାଇଥାଏ।

ନୂଆ ପଦ୍ଧତିର ଚିକିତ୍ସାରେ ନ୍ୟୁକ୍ଲିୟର ଜେନେଟିକ ମ୍ୟାଟେରିଆଲ ଏବଂ ସୁସ୍ଥ ମାଇଟୋକଣ୍ଡ୍ରିଆକୁ ବ୍ୟବହାର କରି ଅଣ୍ଡା ସୃଷ୍ଟି କରାଯାଇଥାଏ। ସେହି ଅଣ୍ଡାକୁ ଦାତାଙ୍କ ଅଣ୍ଡାର ମାଇଟୋକଣ୍ଡ୍ରିଆ ସହିତ ମିଶାଯାଇଥାଏ। ଏହାପରେ ଭ୍ରୂଣ ସୃଷ୍ଟି ପାଇଁ ସେହି ଅଣ୍ଡାକୁ ଶୁକ୍ର ସହିତ ମିଶାଯାଇଥାଏ। ଉକ୍ତ ପଦ୍ଧତିରେ ବର୍ତ୍ତମାନ ସୁଦ୍ଧା ୫ଟି ଶିଶୁ ଜନ୍ମ ‌ହୋଇଛନ୍ତି। କିନ୍ତୁ ବ୍ରିଟେନର ନିୟାମକ ସଂସ୍ଥା ପକ୍ଷରୁ ଏ ନେଇ ଅଧିକ ରିପୋର୍ଟ ଦିଆଯାଇନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ