ଅପରାଧ ରାଜ୍ୟ

ମେଡିକାଲ ପରିସରରୁ ଲୁଟ୍‌, ସିସିଟିଭିରେ କଏଦ ହେଲା ଚିତ୍ର

ଭଦ୍ରକ ୧୧।୦୯ : ମେଡିକାଲ ପରିସରରୁ ଲୁଟ୍‌ । ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଚିତ୍ର । ଥାନାରେ ଅଭିଯୋଗ ପରେ ଲୁଟ୍‌ ଗାଡି ଉଦ୍ଧାର ହୋଇଥିବା ବେଳେ ଲୁଟେରା ଫେରାର ହୋଇଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ପରିସରରେ ଏହି ଚୋରି ହୋଇଛି । ମେଡିକାଲର ଡ୍ରେସିଂ ବିଭାଗର କାର୍ଯ୍ୟ କରୁଥିବା ଯଦୁନାଥ ବେହେରା ଦିନ ଦୁଇଟାରେ ଡ୍ୟୁଟିରେ ଯୋଗ ଦେବା ବେଳେ ନିଜ ସ୍କୁଟିକୁ ପଛପଟେ ରଖିଥିଲେ । ରାତି ପ୍ରାୟ ୧୦ଟା ବେଳେ ବାଇକ୍‌ ଚୋରି ହୋଇଥିଲା । ତେବେ ସିସିଟିଭି ଯାଞ୍ଚ ବେଳେ ଜଣେ ଯୁବକ ପ୍ରଥମେ ସ୍କୁଟି ନିକଟକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ମୋବାଇଲ୍‌ରେ କଥା ହେଉଥିବା ବାହାନାରେ ଗୋଟିଏ ଗାଡ଼ିର ଚାବି ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ । ପରେ ଯଦୁନାଥଙ୍କ ସ୍କୁଟି ଉପରେ ବସି ଚାବି ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ସଫଳ ହୋଇଥିଲେ । ସ୍କୁଟି ନେଇ ଫେରାର ହୋଇଥିଲେ ଲୁଟେରେ । ସେପଟେ ଯଦୁନାଥ ଭଦ୍ରକ ଟାଉନ୍‌ ଥାନାରେ ଏତଲା ଦେବା ପରେ ପୋଲିସ ଚଢାଉ କରି ସ୍କୁଟିକୁ ଜବତ କରିଥିଲା । କିନ୍ତୁ ଲୁଟେରାକୁ କାବୁ କରିବାରେ ଫେଲ୍‌ ମାରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।