ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମେଡିକାଲ ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର: ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଫେବ୍ରୁଆରୀ ୨ ସକାଳ ୧୦ଟାରୁ ୩ ତାରିଖ ରାତି ୧୧ଟା ୫୯ ଯାଏଁ ଚଏସ୍ ଲକିଂ ହେବ । ୫ ଫେବ୍ରୁଆରୀରେ ପ୍ରଥମ ରାଉଣ୍ଡ ଆଲଟମେଣ୍ଟର ପବ୍ଲିକେସନ ହେବ । ଫେବ୍ରୁଆରୀ ୭ରୁ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ ।

ତେବେ ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍‍ ସିଟ୍‍ରେ ନାମଲେଖା ପାଇଁ ଓଜେଇଇ କାଉନ୍‍ସେଲିଂ କରିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ସରକାରୀ ସ୍କୁଲ ପିଲାଙ୍କ ୧୫% ସଂରକ୍ଷିତ ସିଟ୍‍ ପାଇଁ ୫୫୬ ଜଣ ଆବେଦନ କରିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମବିବିଏସ ଏବଂ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଜାରି ରହିଥିବାବେଳେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ଚୁଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। କାଉନସେଲିଂ ପାଇଁ ପଞ୍ଜୀକରଣ କରିଥିବା ୪୭୬୬ ଜଣ ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ତାଲିକା ଓଜେଇଇ ପ୍ରକାଶ କରିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି